Thu. Oct 23rd, 2025

ନ୍ୟୁଜ ଡେକ୍ସ : ଥାର୍ଡ ଡିଗ୍ରୀକୁ ନେଇ ଚର୍ଚ୍ଚାକୁ ଆସିଛି ବିରିଡ଼ି ଥାନା । ପୁଲିସର ଲାଠିମାଡ଼ରେ ଆହତ ବିରିଡ଼ି ବାଲିଆ (କୃତିବାସପାଟଣା) ଅଞ୍ଚଳର ପାର୍ଥସାରଥୀ ଦାସ(୪୧) ନ୍ୟାୟ ଆଶାରେ ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟାଳୟରେ ଦରଖାସ୍ତ ଦେବା ସହିତ ରାଜ୍ୟ ମାନବାଧିକାର କମିସନ୍ଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ତେବେ ସୂଚନା ମୁତାବକ, ବିରିଡ଼ି ଥାନା ଅଧିକାରୀଙ୍କ ନାଁରେ ଯୁବକ ଆଣିଲେ ଏପରି ସାଙ୍ଘାତିକ ଅଭିଯୋଗ। କିନ୍ତୁ କାହିଁକି ଏପରି ଘଟିଲା? ଯୁବମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଯୁବକ।ଥାନା ଭିତରେ ଅମାନୁଷିକ ମାଡ଼ ଯୋଗୁଁ ଗୁରୁତର ହୋଇ ଚିକିତ୍ସିତ ହେବାପରେ ଗତ ୩ ତାରିଖ ଦିନ ଜଗତସିଂହପୁର ଏସପି ଏବଂ ମାନବାଧିକାର କମିଶନ ନିକଟରେ ଅଭିଯୋଗ କରିଛନ୍ତି ଯୁବକ।

ଗତ ଜୁଲାଇ ୨୫ତାରିଖରେ ବିରିଡି ବ୍ଲକ କାର୍ଯ୍ୟାଳୟରେ ବିଜେଡି ବିଧାୟକ ରମାକାନ୍ତ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହେବାର ଥିଲା।ମାତ୍ର ସମୀକ୍ଷା ବୈଠକ ନକରି ବିଧାୟକ ଚାଲିଯିବା କାରଣରୁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପୋଲିସ ଘଟଣାସ୍ଥଳରୁ ଯୁବକଙ୍କୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପୀଡିତ। ଅନ୍ୟପଟେ ଏସପିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Leave a Reply

Your email address will not be published. Required fields are marked *