Thu. Oct 23rd, 2025

ନ୍ୟୁଜ ଡେକ୍ସ : ଆମ ବସ୍‌ ଦୁର୍ଘଟଣା ରୋକିବାକୁ ନୂଆ ଯୋଜନା କରିଛି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପର୍ଟ (କ୍ରୁଟ୍‌) । ଏଣିକି ଡ୍ରାଇଭର ପାଖ ସିଟ୍‌ରେ ଅଧିକାରୀ ସପ୍ତାହକୁ ୨ ଦିନ ବସି ଯାତ୍ରା କରିବେ । ଯାତ୍ରୀଙ୍କ ଅଭିଯୋଗ ଶୁଣିବେ । ଏନେଇ ନୋଟିସ ଜାରି କରାଯାଇଛି ।

ଏହିକ୍ରମର ଖୋଦ୍‌ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍‌ ଥିରୁମାଲା ନାଏକ ବସ୍‌ରେ ବସି ଯାତ୍ରା କରିବା ସହ ଯାତ୍ରୀଙ୍କ ସୁବିଧା ବୁଝିଛନ୍ତି । ଡକ୍ଟର ଏନ୍ ଥିରୁମାଲା ନାଏକ ଗତକାଲି ନିଜେ କ୍ରୁଟ୍‌ର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ରୁଟ୍ ବସରେ କ୍ରୁଟ୍ କାର୍ଯ୍ୟାଳୟରୁ ବାହାରି ୧୦ ନମ୍ବର ରୁଟ୍‌ରେ କିଟ୍ ଛକରୁ ଇନ୍‌ଫୋସିଟି ଏବଂ ୧୩ ନମ୍ବର ରୁଟ୍‌ରେ ଟ୍ରାଇଡ଼େଣ୍ଟ ମହାବିଦ୍ୟାଳୟରୁ କେଶରୀ ଟକିଜ୍ ଯାଏଁ ଯାତ୍ରା କରି ପ୍ରକୃତ ଅବସ୍ଥା ପରଖିଛନ୍ତି । ନିଜେ ଟିକେଟ୍ କାଟି ଆମ ବସ୍‌ରେ ସାଧାରଣ ଯାତ୍ରୀଙ୍କ ଭଳି ଯାତ୍ରା ଅନୁଭୂତି ନେଇଛନ୍ତି। ଯାତ୍ରୀ ଅନୁଭୂତି ପାଇଁ ଆମବସ୍ ମୋବାଇଲ୍ ଆପ୍ଲିକେସନ୍‌ରେ ମଧ୍ୟ ଏକ ମତାମତ ଫର୍ମ ଯୋଡ଼ା ହେବ।

ଯେଉଁଥିରେ ନିୟମିତ ଭାବେ ବିଭିନ୍ନ ମତାମତକୁ ନେଇ ଆମ ବସ୍ ସେବାକୁ ଉନ୍ନତ କରିବାରେ ସହାୟକ ହେବ। ଏକ ଶ୍ରେଷ୍ଠ ଓ ପରିବେଶ ଅନୁକୂଳ ଜନପରିବହନ ସେବା ଯୋଗାଇବା ସହିତ ଯାତ୍ରୀମାନଙ୍କୁ ଏକ ସନ୍ତୁଷ୍ଟି ଯାତ୍ରା ଅନୁଭୂତି ପ୍ରଦାନ କରିବା କ୍ରୁଟ୍‌ର ସର୍ବୋଚ୍ଚ ପ୍ରାଥମିକତା ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *