ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା । ପୁଣି ଜଣେ ବିହାରୀ ବ୍ୟକ୍ତି ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ ବେଳେ ଧରାପଡିଲେ। ବେହରଣ ଦ୍ୱାର ପଟରୁ ପ୍ରାୟ ୫ରୁ ୭ ଫୁଟ୍ ଚଢି ସାରିଥିବା ବେଳେ ମାଡ଼ି ବସିଥିଲେ ଜଗନ୍ନାଥ ମନ୍ଦିର ପୁଲିସ (JTP)। ପରେ ବିହାରୀ ବ୍ୟକ୍ତିଙ୍କୁ ସିଂହଦ୍ୱାର ଥାନାରେ ଜିମା ଦେଇଛନ୍ତି।
ସୂଚନା ଅନୁଯାୟୀ, ଆଜି ଶ୍ରୀମନ୍ଦିର ବେହରଣ ଦ୍ୱାର ପଟରୁ ଜଣେ ବ୍ୟକ୍ତି ପ୍ରାୟ ୫ ଫୁଟ୍ ଉପରକୁ ଚଢ଼ି ଯାଇଥିଲେ। ମନ୍ଦିରକୁ ଚଢ଼ୁଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ ଜେଟିପି ଓ ସେବାୟତ ଧରିଥିଲେ।ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଘର ରାଞ୍ଚି ବୋଲି ଜଣାପଡ଼ିଛି। ଏପରିକି ସେ ମାନସିକ ଅନଗ୍ରସର ଥିବା ନେଇ ସୂଚନା ମିଳିଛି।
ଉକ୍ତ ବ୍ୟକ୍ତିଙ୍କୁ ହେପାଜତକୁ ନିଆଯିବା ସହ ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ଏଥିରେ ମନ୍ଦିରର କୌଣସି କ୍ଷତି ହୋଇନାହିଁ ଏବଂ କୌଣସି ଅଘଟଣ ବିନା ସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା ବୋଲି ମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି। ସେହିପରି ଏହି କାର୍ଯ୍ୟ ପଛରେ କଣ ଉଦ୍ଦେଶ୍ୟ ରହିଛି ସେନେଇ ତଦନ୍ତ ଚାଲିଛି।
