Thu. Oct 23rd, 2025

ନ୍ୟୁଜ ଡେକ୍ସ : ପିଲାଙ୍କୁ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଏବଂ ଡ୍ରପ୍ ଆଉଟ୍ ରୋକିବା ପାଇଁ ଗଣଶିକ୍ଷା ବିଭାଗର ନୂଆ ପଦକ୍ଷେପ । ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ମିଳିବ ୟୁନିଫର୍ମ । ରାଜ୍ୟର ୪୫ ହଜାର ପ୍ରାଥମିକ ସ୍କୁଲରେ ଶିଶୁ ବାଟିକାରେ ନାମ ଲେଖାଇଥିବା ପିଲାଙ୍କୁ ମାଗଣାରେ ୟୁନିଫର୍ମ ଓ ଅନ୍ୟାନ୍ୟ ଉପକରଣ ମାଗଣାରେ ଦିଆଯିବ ।

ସୂଚନା ଅନୁଯାୟୀ, ୩,୧୦,୮୩୯ ଜଣ ନାମ ଲେଖାଇଥିବା ପିଲାଙ୍କୁ ୟୁନିଫର୍ମ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର ମିଳିବ। ଯାହା ପାଇଁ ୩.୧୦ କୋଟି ଟଙ୍କାରୁ ଅଧିକ ବଜେଟ୍ ଆବଶ୍ୟକ। ତଦନୁସାରେ ଓସେପା ସ୍କୁଲ ଏବଂ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ପ୍ରତି ପିଲାଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦାବି କରିଛି। ନୂତନ ଶିକ୍ଷା ନୀତି ୨୦୨୦ ଅଧୀନରେ ରାଜ୍ୟର ସମସ୍ତ ସ୍କୁଲରେ ୫-୬ ବର୍ଷ ବୟସର ପିଲାମାନଙ୍କୁ ପ୍ରାକ୍-ସ୍କୁଲ୍ ଶିକ୍ଷା ପ୍ରଦାନ କରିବା ପାଇଁ ଶିଶୁ ବାଟିକା ଆରମ୍ଭ କରାଯାଇଥିଲା।

ଏହା ସହିତ ୨୦୨୫-୨୬ ପାଇଁ ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଞ୍ଜୀକୃତ ୪୧,୩୧,୦୨୪ ଜଣ ଛାତ୍ରଛାତ୍ରୀ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରୁ ଉପକୃତ ହେବେ। ଯାହା ପ୍ରତି ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ପାଇଁ ୬୦୦ ଟଙ୍କା ଖର୍ଚ୍ଚ କରେ। ତେବେ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଆର୍ଥିକ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଅତ୍ୟାବଶ୍ୟକ ସ୍କୁଲ ସାମଗ୍ରୀ ଯୋଗାଇବା।

Leave a Reply

Your email address will not be published. Required fields are marked *