Sat. Apr 18th, 2026

ନ୍ୟୁଜ ଡେକ୍ସ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡିଙ୍କର ଏସସିବି ମେଡିକାଲରେ ସଫଳ ଅସ୍ତ୍ରୋପଚାର ହୋଇଥିଲା। ଯାହା ପରେ ଆଜି ମେଡିକାଲରୁ ତାଙ୍କୁ ଡିସଚାର୍ଜ କରାଯାଇଛି।

ଏସସିବି ମେଡିକାଲ କଲେଜ ହସ୍ପିଟାଲର ସର୍ଜରୀ ବିଭାଗର ପ୍ରଫେସର ଡା. ଏଲ. ଭି. ଗୌରୀ ଏହି ଅସ୍ତ୍ରୋପଚାର କରିଥିଲେ।ଗତ ୨୦ ତାରିଖରେ ପ୍ରିୟଙ୍କା ଏସସିବିର ସର୍ଜରୀ ବିଭାଗରେ ଏକ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ । ଗତ ୨୧ ତାରିଖରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।

ଶନିବାର ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ଏ ନେଇ ଏସସିବି ମେଡିକାଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମେଡିକାଲ କଲେଜ ଆସିଷ୍ଟାଣ୍ଟ ସୁପରିଣ୍ଟେଡେଣ୍ଟ ଡାକ୍ତର ଜ୍ୟୋତିର୍ମୟ ନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *