ନ୍ୟୁଜ ଡେକ୍ସ : କେନ୍ଦ୍ର ସରକାର ଅକ୍ଟୋବର ମାସରୁ ଅତି କମରେ ଦୁଇଟି ରୁଟରେ ସିପ୍ଲେନ୍ ଚଳାଇବା ପାଇଁ ପ୍ରସ୍ତୁତି କରୁଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ସୋମବାର ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ଏକ ସମ୍ମିଳନୀରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ପୂର୍ବରୁ ସିପ୍ଲେନ୍ ଚାଲିଥିଲା, କିନ୍ତୁ ଏହା କେବଳ ଗୋଟିଏ ରୁଟରେ ସୀମିତ ଥିଲା।
ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେବା ପରେ ପାଢୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା କିପରି ଆଗକୁ ବଢ଼ିପାରିବ ସେ ବିଷୟରେ ଭାରତ ସରକାରଙ୍କ ସହିତ ଆଲୋଚନା ହୋଇଛି।ଆସନ୍ତା ଅକ୍ଟୋବର ସୁଦ୍ଧା ଦେଶର ୨ଟି ରୁଟରେ ସିପ୍ଲେନ ସେବା ଆରମ୍ଭ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିଚାର କରୁଛି ।
ଅକ୍ଟୋବର ସୁଦ୍ଧା ଆଣ୍ଡାମାନ ଏବଂ ନିକୋବର, କେରଳ କିମ୍ବା ଆନ୍ଧ୍ର ପ୍ରଦେଶ ନେଟୱାର୍କରେ ସିପ୍ଲେନ୍ ଚଳାଚଳ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।ଏଥିସହ ଓଡ଼ିଶାର ଏୟାର କନେକ୍ଟିଭିଟି ବୃଦ୍ଧି ପାଇଁ ୨୨ଟି ଅଚଳ ଏୟାରଷ୍ଟ୍ରିପକୁ ପୁଣି କାର୍ଯ୍ୟକ୍ଷମ କରାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ସୂଚନା ଦେଇଛନ୍ତି ।
