Thu. Oct 23rd, 2025

ନ୍ୟୁଜ ଡେକ୍ସ : ବାରମ୍ୱାର । ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଛି ଡ୍ରୋନ୍ । ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ମାର୍କେଟ ଛକରୁ ଶ୍ରୀମନ୍ଦିର ନିକଟ, ପୁଣି ଶ୍ରୀମନ୍ଦିର ନିକଟରୁ ଡ୍ରୋନଟି ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ମାରିଛି ପଇଁତରା । ମାର୍କେଟ ଛକଠାରୁ ଡ୍ରୋନ୍ଟି ଅପରେଟ କରାଯାଇଥିବା ଅନୁମାନ କରାଯାଉଛି ।

ବାରମ୍ୱାର ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡୁଥିବାରୁ ମନ୍ଦିର ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି ।ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ କୋଲକାତାର ଜଣେ ଭକ୍ତ ବୁଧବାର ଦିନ ତାଙ୍କ ଚଷମାରେ ଥିବା ଏକ ଗୁପ୍ତ କ୍ୟାମେରା ବ୍ୟବହାର କରି ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଭିତର ଦୃଶ୍ୟ ରେକର୍ଡ କରୁଥିବା ଅଭିଯୋଗରେ ଧରାପଡ଼ିଛନ୍ତି।

ଅଭିଯୁକ୍ତ ଅରୂପ ରାୟ (୩୧)ଙ୍କୁ ମନ୍ଦିର ସୁରକ୍ଷା କର୍ମଚାରୀ ଭିତର କାଠ ନିକଟରେ ଗିରଫ କରିଥିଲେ।ଆଜିର ଘଟଣାକୁ ମିଶାଇ ୪ ଥର ଘଟିଲାଣି। ତେବେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଇ ଫଟୋ,ଭିଡିଓ ଉତ୍ତୋଳନ କରିବା ଘଟଣା ଥମିବାର ନାଁ ଧରୁନାହିଁ।

Leave a Reply

Your email address will not be published. Required fields are marked *