ନ୍ୟୁଜ ଡେକ୍ସ : ବର୍ତ୍ତମାନ ହୀରାକୁଦ ଡ୍ୟାମ୍ର ଜଳସ୍ତର ବଢ଼ୁଥିବାରୁ ଖୋଲିଲା ୬ଟି ଗେଟ୍ । ଆଜି କିଛି ଘଣ୍ଟା ପୂର୍ବରୁ ପ୍ରଥମେ ହୀରାକୁଦ ଡ୍ୟାମ୍ର ୨ଟି ଗେଟ୍ ଖୋଲିଥିଲେ । ପରେ ଡ୍ୟାମ୍ର ଆଉ ୪ଟି ଗେଟ୍ ଖୋଲିଲା ।
୨ଟି ଗେଟ୍ ଖୋଲାଥିବା ବେଳେ ଜଳଭଣ୍ଡାରର ଜଳସ୍ତର ୬୨୬.୩୭ ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୪.୪୭୨ କ୍ୟୁସେକ ଜଳ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଚା ମଧ୍ୟରେ ଅଧିକ ଘନୀଭୂତ ହେବ।ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟଦେଇ ଗତି କରିବା ସମ୍ଭାବନା ରହିଛି ।
ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୪ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।ଆଜି ରେକର୍ଡ ହୋଇଥିବା ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏହା ସ୍ପଷ୍ଟ କରିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ।
