Thu. Oct 23rd, 2025

ନ୍ୟୁଜ ଡେକ୍ସ : ପୂଜା ପୂର୍ବରୁ ଡିଜେ ଗାଡ଼ି ଉପରେ ଲାଗିଲା ରୋକ୍। ସର୍କୁଲାର ଜାରି କଲା ରାଜ୍ୟ ପରିବହନ ବିଭାଗ । ନିଦ୍ଧିଷ୍ଟ ଆଲୋକ, ଉଚ୍ଚତାରେ ପରିବର୍ତ୍ତନ କଲେ ହେବ କାର୍ଯ୍ୟାନୁଷ୍ଠାନ । ନିୟମ ନମାନିଲେ ଆରସି, ଫିଟନେସ୍ ହେବ ବାତିଲ । ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛି ଏସ୍‌ଟିଏ । ସେହିପରି ଯାନରେ ଡିଜେ ସିଷ୍ଟମ, ଆମ୍ପ୍ଲିଫାୟର୍, ମିକ୍ସର, ଲେଜର ଲାଇଟ୍ କଣ୍ଟ୍ରୋଲର୍ ବେଆଇନ ।

ସାର୍ବଜନୀନ ସ୍ଥାନରେ ବେଆଇନ ବ୍ୟବହାର ବିରୋଧରେ ବି ଚେତାବନୀ ଦିଆଯାଇଛି । ଡିଜେ ଗାଡ଼ିର ଶବ୍ଦ, ଆଲୋକ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ବିପଦ । ଲୋକଙ୍କ ସୁରକ୍ଷା ପାଇଁ ଏହି ଅସୁରକ୍ଷିତ ଡିଜେ ଗାଡ଼ିକୁ ରୋକିବା ଆବଶ୍ୟକ ।

ପାର୍ବଣ ଋତୁରେ ଏଭଳି ବେଆଇନ ଯାନକୁହ ବ୍ୟବହାର ନକରିବାକୁ ଅନୁରୋଧ କରିବା ସହ ଆଇନ ଅନୁଯାୟୀ ଜରିମାନା ସହ ପଞ୍ଜୀକରଣ ଓ ଫିଟନେସ୍ ରଦ୍ଦ କରିବାକୁ କୁହାଯାଇଛି। ସାର୍ବଜନୀନ ସ୍ଥାନରେ ବେଆଇନ ବ୍ୟବହାର ବିରୋଧରେ ବି ଚେତାବନୀ ଦେଇଛନ୍ତି । ଏନେଇ ସମସ୍ତ ଆରଟିଓଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି ଏସଟିଏ । ଡିଜେ ଗାଡି ଜବତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *