ନ୍ୟୁଜ ଡେକ୍ସ : ଆସନ୍ତା କାଲିଠାରୁ ବିଧାନସଭା ମୌସୁମୀ ଅଧିବେଶନ । ବିଧାନସଭା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୋଲିସ ଡିଜି ।ଅଧିବେଶନ ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୂର୍ବ ଅଧିବେଶନବେଳେ ବିରୋଧୀଙ୍କ ହଟଗୋଳକୁ ନଜରରେ ରଖି ବିଧାନସଭା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ।
ଏହାସହ ଯେକୌଣସି ପରିସ୍ଥିତର ମୁକାବିଲା କରିବା ନିମନ୍ତେ ସଦାସର୍ବଦା ସତର୍କ ଓ ସଜାଗ ରହିବାକୁ ନିୟୋଜିତ ହୋଇଥିବା ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ଏଥର ସରଗରମ ରହିବ ପୁରା ଅଧିବେଶନ।
ବିଧାନସଭା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ପୋଲିସ କମିଶନରଙ୍କ ସହ ଡିଜି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ଆଇନଶୃଙ୍ଖଳା ଡିଜି ଉପସ୍ଥିତ ରହି ସୁରକ୍ଷା ଯାଞ୍ଚ କରିଥିଲେ। ବିଶେଷ କରି ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ଗ୍ରହଣ କରାଯାଇଛି ।
