Thu. Oct 23rd, 2025

ନ୍ୟୁଜ ଡେକ୍ସ : ଦୁର୍ଗାପୂଜାରେ ପଲିଥିନ୍ କ୍ୟାରି ବ୍ୟାଗରେ ଭୋଗ ନ ନେବା ପାଇଁ ଲୋକଙ୍କୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଅପିଲ୍ କରିଛି। ପର୍ବ ସମୟରେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକର ବ୍ୟବହାର ଏବଂ ଅଳିଆ ଆବର୍ଜନାକୁ ରୋକିବା ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ଏଭଳି ପଦକ୍ଷେପ ଗ୍ରହଣ କରିଛି।

ବିଏମସି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିତିବା ବୋର୍ଡରେ କିଓସ୍କ ସ୍ଥାପନ କରାଯାଇ ସେଥିରେ ସଚେତନତା ବାର୍ତ୍ତା ଲେଖାଯିବ । ଦୁର୍ଗାପୂଜା ସମୟରେ ଲୋକମାନଙ୍କୁ ପଲିଥିନ୍ କ୍ୟାରି ବ୍ୟାଗ ନ ନେବାକୁ ଅନୁରୋଧ କରାଯିବ । ଲୋକଙ୍କ ସଚେତନ କରିବା ପାଇଁ ଦୁର୍ଗାପୂଜା ସମୟରେ ସ୍ୱଚ୍ଛତା ଉପରେ ବାର୍ତ୍ତା ଥିବା ଲିଫଲେଟ୍ ବଣ୍ଟନ କରିବା ପାଇଁ କିଓସ୍କଗୁଡ଼ିକରେ ସ୍ୱେଚ୍ଛାସେବକମାନଙ୍କର ଏକ ଦଳ ନିୟୋଜିତ ହେବେ ।

ସ୍ୱେଚ୍ଛାସେବକମାନେ ଲୋକମାନଙ୍କୁ ରାସ୍ତା ଏବଂ ନିକଟବର୍ତ୍ତୀ ପୂଜା ମଣ୍ଡପରେ ପୂଜା ଅଳିଆ ନ ପକାଇ ନିର୍ଦ୍ଦିଷ୍ଟ ଡଷ୍ଟବିନ୍‌ରେ ଆବର୍ଜନା ପକାଇବାକୁ ସଚେତନ କରିବେ । ବରମୁଣ୍ଡା, ନୟାପଲ୍ଲୀ, ସହିଦ ନଗର, ରସୁଲଗଡ଼, ଝାରପଡ଼ା ଏବଂ ଡମଣା ଭଳି ବଡ଼ ମଣ୍ଡପରେ ଏହି କିଓସ୍କଗୁଡ଼ିକ ସ୍ଥାପନ କରାଯିବ ।

Leave a Reply

Your email address will not be published. Required fields are marked *