Thu. Oct 23rd, 2025

ନ୍ୟୁଜ ଡେକ୍ସ : ମାଗଣାରେ ବସରେ ଯିବେ ସ୍କୁଲ ଛାତ୍ରଛାତ୍ରୀ। ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ଅନୁମୋଦନ। ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାଗଣା ବସ୍ ଯାତ୍ରା ପାଇଁ ଯୋଗ୍ୟ। ଆଉ ବସରେ ଯିବା ପାଇଁ ହେଲେ ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇଲେ ପଡ଼ିବନି ବସ୍ ଭଡ଼ା।

ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ମିଳିବ ସୁବିଧା।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୨୧ ୨୦୨୫ରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ବୁଧବାର ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବଙ୍କୁ ଏକ ଚିଠି ମାଧ୍ୟମରେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ସଚିବ ଶାଲିନୀ ପଣ୍ଡିତ ଆନୁଷ୍ଠାନିକ ଭାବରେ ଜଣାଇଛନ୍ତି।

ତଦନୁସାରେ ସର୍ବାଧିକ ସଂଖ୍ୟକ ସ୍କୁଲକୁ ଅନ୍ତର୍ଭୁକ୍ତ କରିବା ପାଇଁ ବସ୍ ରୁଟ୍ ଏବଂ ସମୟସୂଚୀ ସଂଶୋଧନ ଏବଂ ଅପ୍ଟିମାଇଜ୍ କରିବାକୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମକୁ ନିର୍ଦ୍ଦେଶ ଦିଆଯାଇଛି। “ବସ୍ ରୁଟ୍ ପୁନଃମ୍ୟାପିଂ ପାଇଁ ଆବଶ୍ୟକୀୟ ସୂଚନା ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପୃଥକ ଭାବରେ ନିର୍ଦ୍ଦେଶ ଦିଆଯାଇଛି” ବୋଲି ଚିଠିରେ ଲେଖାଯାଇଛି।

Leave a Reply

Your email address will not be published. Required fields are marked *