Sun. Feb 22nd, 2026

ନ୍ୟୁଜ ଡେକ୍ସ : ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ କଡା ଆଭିମୁଖ୍ୟ ଦେଖିବାକୁ ମିଳିଥିଲା । ଗୃହ ଚଲାଇ ଦେଲେନି ବିରୋଧି । ଗୃହ ଆରମ୍ଭ ହେବାର ମାତ୍ର ୪ ମିନଟ୍ ପରେ ହିଁ ଅପରାହ୍ଣ ୪ଟା ଯାଏଁ ମୁଲତବି କରିଥିଲେ ବାଚସ୍ପତି ସୁରମା ପାଢୀ ।

କୌଣସି ପ୍ରସଙ୍ଗରେ ଆଲୋଚନା କରିବା ସମୟରେ ବିରୋଧୀ ଦଳର ବିଧାୟକମାନେ ହଙ୍ଗାମା ଆରମ୍ଭ କରିଦେଉଛନ୍ତି। ବିଧାୟକମାନଙ୍କୁ ବାଚସ୍ପତି ଅନୁରୋଧ କଲେ ମଧ୍ୟ ସେମାନେ ମାନୁ ନାହାନ୍ତି। ଗୃହ ସ୍ବାଭାବିକ ନହେବା ଯାଏ ଆଲୋଚନା ହୋଇପାରିବ ନାହିଁ। ଶେଷରେ ବାଚସ୍ପତି ସୁରମା ପାଢ଼ୀ ଆସନ୍ତାକାଲି ୧୦ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି।

ଗୃହରେ ଆଜି ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା କଂଗ୍ରେସ ବିଧାୟକଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ଆଣିଛନ୍ତି। ଅନ୍ୟପଟରେ ଗୃହ ସ୍ୱାଭାବିକ ନ ହେବା ଯାଏ ଅନାସ୍ଥା ପ୍ରସ୍ତାବ ନେଇ ବିଚାର କରି ପାରିହେବ ନାହିଁ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି।

Leave a Reply

Your email address will not be published. Required fields are marked *