Fri. Oct 24th, 2025

ନ୍ୟୁଜ ଡେକ୍ସ : ‘ନୂଆ ଓ’ରେ ୨୬୧ କୋଟି ଉଡ଼ାଇଥିଲେ ବିଜେଡି ସରକାର। ଏନେଇ ଆଜି ବିଧାନସଭାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ‘ନୂଆ ଓ’ କାର୍ଯ୍ୟକ୍ରମରେ ପାଣି ଭଳି ଟଙ୍କା ଉଡ଼ାଇଥିଲା ପୂର୍ବ ବିଜେଡି ସରକାର। କେବଳ ଟି – ସାର୍ଟ ବାଣ୍ଟି ୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା ପୂର୍ବ ବିଜେଡି ସରକାର। କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଥିଲା ୯୨ କୋଟି ଟଙ୍କା।

କ୍ରୀଡ଼ା ପ୍ରତିଯୋଗିତାରେ ଖର୍ଚ୍ଚ ହୋଇଛି ୫୬ କୋଟି, ଜିଲ୍ଲା ସ୍ତରୀୟ ଉତ୍ସବରେ ୭୦ କୋଟି ଟଙ୍କା ଟଙ୍କା ଖର୍ଚ୍ଚ କରିଥିବା ନେଇ ଆଜି ସୂଚନା ଦେଇଛନ୍ତି ବିଧାନସଭାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।ଗୃହରେ ଉତ୍ତର ରଖି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆହୁରି କହିଛନ୍ତି, ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ତଦନ୍ତ କରାଯିବ ଆଉ ସବୁ ସତ ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *