Mon. Dec 23rd, 2024

ନ୍ୟୁଜ ଡେସ୍କ: ଆଜି ଭାରତର ଦୁଇ ମହାନାୟକଙ୍କ ଜନ୍ମ ଜୟନ୍ତୀ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସହ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସାରାଦେଶରେ ଗାନ୍ଧିଜୀଙ୍କର ୧୫୫ତମ ଜୟନ୍ତୀ ପାଳନ ହେଉଥିବାବେଳେ ଶାସ୍ତ୍ରୀଜୀଙ୍କର ଏହା ହେଉଛି ୧୨୦ତମ ଜୟନ୍ତୀ। ବାପୁଙ୍କୁ ମନେ ପକାଇ ଆଜି ସାରା ଦେଶରେ ଆୟୋଜନ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ।

ଦିଲ୍ଲୀ ରାଜଘାଟ ସ୍ଥିତ ବାପୁ ସ୍ମୃତି ପୀଠରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇବେ। ଆଜିର ଦିନକୁ ସ୍ୱଚ୍ଛ ଭାରତର ସଫଳତା ଦିବସ ଭାବେ ବି ପାଳନ କରାଯାଉଛି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆଜି ଜନ୍ମ ଦିବସ। ୧୯୦୪ ମସିହାରେ ଉତ୍ତରପ୍ରଦେଶ ମୋଗଲ ସରାଇରେ ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ଶାସ୍ତ୍ରୀ। ପିଲାଟି ବେଳୁ ସେ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ। ମହାତ୍ମା ଗାନ୍ଧିଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ।

ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ ଶାସ୍ତ୍ରୀ। ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କ ସ୍ଲୋଗାନ ‘ଜୟ ଯବାନ ଏବଂ ଜୟ କିଶାନ’ ଆଜି ଦେଶ ପାଇଁ ଅମର ହୋଇ ରହିଛି ।ଆଜି ତାଙ୍କ ଜନ୍ମ ଦିବସରେ ସାରା ଦେଶ ତାଙ୍କୁ ମନେ ପକାଉଛି।

Leave a Reply

Your email address will not be published. Required fields are marked *