ନ୍ୟୁଜ ଡେକ୍ସ : ଟ୍ବିନ ସିଟିରେ ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ବିତୀୟ ବ୍ରିଜ । ଯାଉଁଥିରେ ଖର୍ଚ୍ଚ ହେବ 297 କୋଟି ଟଙ୍କା । ବିଧାନସଭାରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଏନେଇ ଲିଖିତ ଉତ୍ତର ଦେଇଛନ୍ତି । ଟେଣ୍ଡର ପ୍ରକ୍ରିୟା ଜାରି ରହିଛି ।
36 ମାସରେ ନିର୍ମାଣ କାମ ଶେଷ ହେବ ବୋଲି ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।ମନ୍ତ୍ରୀ କହିଛନ୍ତି ଯେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ସହିତ ସମାନ୍ତରାଳ ଭାବରେ ନିର୍ମାଣ ହେବ ନୂଆ ସେତୁ । ଯାହା ପ୍ରାୟ ୩.୧୨୭ କିଲୋମିଟର ବ୍ୟାପୀ ହେବ । ଯେଉଁଥିରେ ତ୍ରିଶୂଳିଆ ଏବଂ ଜୁଡିସିଆଲ ଏକାଡେମୀର ଆପ୍ରୋଚ ରୋଡ୍ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପରେ ଡ୍ରେନେଜ୍ ଲେନ୍ ଏବଂ ବକ୍ସ କଲଭର୍ଟ ମଧ୍ୟ ଅନ୍ତର୍ଭୁକ୍ତ ।
ଏହି ଚାରି ଲେନ୍ ବିଶିଷ୍ଟ ବ୍ରିଜ୍ ସମ୍ପୂର୍ଣ୍ଣ ହେବା ପରେ କାଠଯୋଡ଼ି ବ୍ରିଜ୍ରେ ବଢ଼ୁଥିବା ଟ୍ରାଫିକ୍ ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ। ଏହା ଟ୍ବିନ୍ ସିଟି ମଧ୍ୟରେ ଯାତାୟାତକୁ ସୁଗମ କରିବ ବୋଲି ମଧ୍ୟ ଆଶା କରାଯାଉଛି ବୋଲି ଆଜି ବିଧାନସଭାରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ଙ୍କ ପ୍ରଶ୍ନରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର ରଖିଥିଲେ ।
