Thu. Oct 23rd, 2025

ନ୍ୟୁଜ ଡେକ୍ସ : ମହାଳୟା ଅବସରରେ ମା ସମଲେଶ୍ବରୀ ଆଜି ଧବଳମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି l ସମଲେଶ୍ବରୀଙ୍କ ଏହି ଧବଳମୁଖୀ ବେଶକୁ ଗଙ୍ଗାଦର୍ଶନ ବେଶ ମଧ୍ୟ କୁହାଯାଏ l ଅର୍ଥାତ୍ ଏହି ବେଶରେ ମା ସମଲେଶ୍ୱରୀଙ୍କ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ହେବାର ବିଶ୍ୱାସ ରହିଛି l ଏଥିପାଇଁ ଶନିବାର ରାତ୍ରିରୁ ସମସ୍ତ ମନ୍ଦିର ମାନଙ୍କରେ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ।

ମନ୍ଦିର ପରିସର ଗୁଡିକ ସଫେଇ କରାଯାଇ ରବିବାର ପ୍ରାତଃ କାଳରୁ ମହାନଦୀରୁ ପିତ୍ତଳ ପାତ୍ରରେ ଜଳ ଅଣାଯାଇ ମାଁ ସମଲେଶ୍ୱରୀଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ଧଳା ଚନ୍ଦନର ପ୍ରଲେପ ଦିଆଯାଇ ମାଁଙ୍କୁ ସିନ୍ଦୁରମୁଖୀରୁ ଧବଳମୁଖୀ କରାଯାଇଥିଲା । ଏହାପରେ ଅଳଙ୍କାର ଓ ଶ୍ୱେତ ବସ୍ତ୍ର ଧାରଣ କରାଯାଇ ଧୂପ, ଦୀପ, ନୈବେଦ୍ୟ ପ୍ରଦାନ କରାଯାଇ ପାରମ୍ପରିକ ରିତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା ।

ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ନେତୃତ୍ୱରେ ପୂଜାରୀ ମାନେ ଶ୍ୱେତ ବସ୍ତ୍ର ଧାରଣ କରି ପୂଜାର୍ଚ୍ଚନା ଓ ସମସ୍ତ ନିତିବିଧି ଗୁଡିକୁ ସମ୍ପନ୍ନ କରିଥିଲେ।।ଅଢ଼େଇ ଦିନ ଅର୍ଥାତ୍ ଆସନ୍ତା ୨୩ ତାରିଖ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ମା ସମଲେଶ୍ବରୀ ଏହି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ l

Leave a Reply

Your email address will not be published. Required fields are marked *