ନ୍ୟୁଜ ଡେକ୍ସ : ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଭୁବନେଶ୍ବର କ୍ଲବ ସଭାପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ପ୍ରଥମ ଥର ପାଇଁ ସେ ନିର୍ବାଚନ ଲଢିଥିଲେ । ଏବଂ ଏଥିରେ ସେ ୧୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
ରବିବାର ପ୍ରଥମାର୍ଦ୍ଧରେ ଭୋଟ ଗ୍ରହଣ ପରେ ସନ୍ଧ୍ୟାରେ ଗଣତି ହୋଇ ଫଳ ପ୍ରକାଶ ପାଇଥିଲା । ଯେଉଁଥିରେ ବରିଷ୍ଠ ପ୍ରଶାସକ ପ୍ରଦୀପ ଜେନା ସଭାପତି ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଥିଲା । ପ୍ରଦୀପ ଜେନାଙ୍କୁ ୮୯୧ ଭୋଟ ମିଳିଥିବାବେଳେ ଅସିତ ତ୍ରିପାଠୀ ପାଇଛନ୍ତି ୮୭୩ ଭୋଟ୍ । ସେହିପରି ଲଳିତ ଦାସ ଭୁବନେଶ୍ବର କ୍ଲବର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।ତାଙ୍କୁ ୯୧୮ ଭୋଟ ମିଳିଥିବାବେଳେ ପ୍ରତିଦ୍ବନ୍ଦ୍ୱୀ ତୁତୁଲ କିଶୋର ଦାସ ୮୪୦ ଭୋଟ ପାଇଛନ୍ତି । ଯୁଗ୍ମ ସମ୍ପାଦକ ହୋଇଛନ୍ତି ସମ୍ୱିତ ମହାନ୍ତି ।
ନିର୍ବାଚନରେ ସଭାପତି ପଦ ଲାଗି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନର କ୍ଲବ୍ ସଭାପତି ଅସୀତ ତ୍ରିପାଠୀ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନ ଓଡ଼ିଶା ବିଦ୍ୟୁତ୍ ନିୟମାକ ଆୟୋଗ ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ସୂଚନାମୁତାବକ, ଶନିବାର ନିର୍ବାଚନ ପାଇଁ ଇ-ଭୋଟିଂ ଅନୁଷ୍ଠିତ ହୋଇଥିଲେ ମଧ୍ୟ, ରବିବାର ପାଇଁ ବାଲାଟ୍ ଉପରେ ଭୋଟ୍ ଦିଆଯିବା ସ୍ଥିର ହୋଇଥିଲା । ରବିବାର ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ଭିତରେ କ୍ଲବକୁ ଆସି ମତଦାନ କରିଥିଲେ । ୧୯୨୨ ଜଣ ବ୍ୟକ୍ତିଗତ ଏବଂ ୩୯୯ ଜଣ କର୍ପୋରେଟ୍ ଭୋଟରଙ୍କ ସମେତ ୨୩୨୧ ଜଣ ଭୋଟରଙ୍କୁ ନେଇ ଏହି ନିର୍ବାଚନ ହୋଇଥିଲା ।
