ନ୍ୟୁଜ ଡେକ୍ସ : ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉତ୍ତରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖି କହିଛନ୍ତି ଯେ, ବର୍ଷେ ୩ ମାସ ମଧ୍ୟରେ ୧୯୯ ଜଣ ସରକାରୀ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଛି ଭିଜିଲାନ୍ସ ।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ଦୁର୍ନୀତି ନିବାରଣ ଶାଖା ଡିଏ ମାମଲାରେ ୨୦୨.୫୮ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ସେହିପରି ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଥିବା ଅଧିକାରୀଙ୍କଠାରୁ ୩୩.୬୩ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି।ଏହି ସମୟ ମଧ୍ୟରେ ଭିଜିଲାନ୍ସ ୭୭ ଜଣ ସରକାରୀ ଅଧିକାରୀଙ୍କ ବାସଭବନରେ ଚଢାଉ କରିଛି।
ତଲାସୀ ସମୟରେ ୮.୩୮ କୋଟି ଟଙ୍କା ନଗଦ, ୨୧୮ ଫ୍ଲାଟ୍, ୭୭୫ ପ୍ଲଟ୍, ୧୬ ସୁନା ବାର୍ ସହିତ ୨୫.୫୫୩ କିଲୋ ସୁନା ଅଳଙ୍କାର, ୧୩ଟି ଫାର୍ମ ହାଉସ୍, ୪୪.୨୧ କୋଟି ଟଙ୍କା ବ୍ୟାଙ୍କ ଜମା ଏବଂ ୪୩.୦୨ କୋଟି ଟଙ୍କାର ବୀମା ଜମା ସମେତ ବିପୁଳ ପରିମାଣର ଆୟ ବର୍ହିଭୂତ ସମ୍ପତ୍ତି ଜବତ କରାଯାଇଛି।ଏହି ସମୟ ମଧ୍ୟରେ ୭୮୫ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରାଯାଇଛି ଏବଂ ୧୭୦ ଜଣ ଅଭିଯୁକ୍ତ ଅଧିକାରୀଙ୍କୁ ଭିଜିଲାନ୍ସ କୋର୍ଟ ଦଣ୍ଡିତ କରିଛନ୍ତି।
