ନ୍ୟୁଜ ଡେକ୍ସ : କ୍ୟାପିଟାଲ୍ ହସ୍ପିଟାଲରେ ଜଣେ ଶିଶୁର ମୃତ୍ୟୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ କ୍ଷତିପୂରଣ ବାବଦରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ମୃତ ଶିଶୁର ବାପା ଜଣେ ଅଟୋ ଡ୍ରାଇଭର।
ଶିଶୁର ମୃତ୍ୟୁ ପରେ ପରେ ପରିବାର ବର୍ଗଙ୍କ ଦୁଖରେ ସାମିଲ ହୋଇଛନ୍ତି ସ୍ମାର୍ଟ ଅନଲାଇନ ଅଟୋ ସଂଘ।ଅନ୍ୟପଟେ, ହସ୍ପିଟାଲ ସମ୍ମୁଖ ରାସ୍ତାକୁ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । କ୍ୟାପିଟାଲ ହସପିଟାଲକୁ ମଧ୍ୟ ଧସେଇ ପଶିଥିଲେ ଲୋକେ । ରାସ୍ତାରୋକ ବେଳେ ଅନ୍ୟ ରୋଗୀ ମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା ଚଳାଇଛି । ମୃତ୍ୟ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ଶିଶୁ ବିଭାଗର ଏଚଓଡି ।
ସେ କହିଛନ୍ତି ଶିଶୁ ପୁତ୍ରକୁ ଆକାମା ଭଳି ରୋଗ ପୂର୍ବରୁ ଥିଲା । ଚିକିତ୍ସା ପାଇଁ ପୂର୍ବରୁ ହସ୍ପିଟାଲ ଆସୁଥିଲା । ରବିବାର ମଧ୍ୟ ଚିକିତ୍ସା ପାଇଁ ଆସିବା ପରେ ନର୍ସ ସଙ୍ଗେ ସଙ୍ଗେ ଚିକିତ୍ସା କରିଛନ୍ତି । ୩ ଥର ଅକ୍ସିଜେନ ଦିଆଯାଇଛି ପରେ ମେଡିସିନ ଦିଆଯାଇଛି । ଆମେ ପୁରା ଚେଷ୍ଟା କରିଛୁ ମୃତ୍ୟୁ ଆମ ହାତରେ ନାହିଁ ।
