Thu. Oct 23rd, 2025

ନ୍ୟୁଜ ଡେକ୍ସ : ଗିରଫ ହେଲା କିଲର ଥାର୍ ମାଲିକ ସୋମନାଥ ବେହେରାI ଦୀର୍ଘ ଦିନର ଲୁଚକାଳି ଖେଳ ପରେ ବନ୍ଧା ହେଲା ଅଭିଯୁକ୍ତ I ରାଖି ପୁର୍ଣ୍ଣିମାରେ ମାଆ, ପୁଅ ଓ ଝିଅକୁ ଗାଡ଼ି ଚଢାଇ ଦେବା ପରେ ଗିରଫ ଡରରେ ଫେରାର ଥିଲା ଅଭିଯୁକ୍ତ। ଏହି ଘଟଣାରେ ପୂର୍ବରୁ ୩ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଖଣ୍ଡଗିରି ପୁଲିସ I

ଏବେ ଅନେକ ଦିନର ସନ୍ଧାନ ପରେ ପୁଲିସ ଥାର୍ ମାଲିକକୁ ଗିରଫ କରିବାରେ ସଫଳ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ।ତେବେ ଗତ ୯ ତାରିଖ ରାକ୍ଷୀ ପୂର୍ଣ୍ଣମୀ ଦିନ ଦିନ ପାତ୍ରପଡ଼ା ଠାରେ ଜଣେ ମହିଳା ତାଙ୍କ ଝିଅକୁ ଧରି ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କୁ ଦ୍ରୁତଗାମୀ ସ୍କର୍ପିଓ ଧକ୍କା ଦେଇଥିଲା । ଏହି ଘଟଣାରେ ମା ଓ ଝିଅ ଗୁରୁତର ହୋଇଥିଲେ । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହିଦିନ ହିଁ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଏହାର ପରଦିନ ତଥା ଅଗଷ୍ଟ ୧୦ ତାରିଖରେ ମା’ ଆଖି ବୁଜିଥିଲେ ।ଏହି ଘଟଣାକୁ ନେଇ ଉତ୍ତେଜନା ବି ବଢ଼ିଥିବା ବେଳେ ମୃତକଙ୍କ ପରିବାର ଲୋକ ଟାୟାର ଜାଳି ରାସ୍ତା ରୋକ କରିବା ସହ ପ୍ରତିବାଦ କରିଥିଲେ । ପୋଲିସ ପ୍ରଶାସନର ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା । ଏହାପରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଯୋରଦାର ତଦନ୍ତ ଆରମ୍ଭ କରିଥିଲା ।

Leave a Reply

Your email address will not be published. Required fields are marked *