Thu. Oct 23rd, 2025

ନ୍ୟୁଜ ଡେକ୍ସ : ଗ୍ରାମାଞ୍ଚାଳରେ ଲୋକଙ୍କ ରୋଜଗାର ସୃଷ୍ଟି ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛି। “ଓଡ଼ିଶା ହୋମଷ୍ଟେ ପ୍ରତିଷ୍ଠା ଯୋଜନା-୨୦୨୫” ଆଜିରୁ କାର୍ଯ୍ୟକାରୀ ହେବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି।

ଏହି ଯୋଜନାରେ ଗ୍ରାମାଞ୍ଚଳର ଘରଗୁଡ଼ିକୁ ପର୍ଯ୍ୟଟକଙ୍କ ବାସସ୍ଥାନରେ ପରିଣତ କରାଯିବ। ଫଳରେ, ପର୍ଯ୍ୟଟକମାନେ ଗ୍ରାମୀଣ ପରିବେଶରେ ରୁହି ସାଂସ୍କୃତିକ ଓ ପାରମ୍ପରିକ ଅଭିଜ୍ଞତା ଉପଭୋଗ କରିବେ, ଯାହା ଫଳରେ ଗ୍ରାମାଞ୍ଚଳରେ ରୋଜଗାର ବଢ଼ିବ। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହି ଯୋଜନା ଅଧୀନରେ ପ୍ରାୟ ୪୫୦ ନୂତନ ଗୃହନିବାସ ୧୮୦୦ ଶଯ୍ୟା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।

ଅଧିସୂଚିତ ପଞ୍ଚାୟତର ଯେକୌଣସି ବାସିନ୍ଦା, ୧୮ ବର୍ଷରୁ ଅଧିକ ବୟସର, ଏକ ବୈଧ ଆଧାର କାର୍ଡ ଏବଂ ଏକ ଆଧାର-ଲିଙ୍କ୍ ବ୍ୟାଙ୍କ ଆକାଉଣ୍ଟ ଥିବ ଏବଂ କୌଣସି ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇ ନଥିବା, ସେମାନେ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ ।

Leave a Reply

Your email address will not be published. Required fields are marked *