ନ୍ୟୁଜ ଡେକ୍ସ : ଆଗାମୀ ନଭେମ୍ବର ୫ରୁ ବିଶ୍ୱବ୍ୟାପୀ ଐତିହାସିକ କଟକ ବାଲିଯାତ୍ରା–୨୦୨୫ ଆରମ୍ଭ ହେବ । ଏହି ବୃହତ୍ ବାଣିଜ୍ୟିକ ମେଳାର ପ୍ରସ୍ତୁତିକୁ ନେଇ ଆଜି ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।ସମୀକ୍ଷା ବୈଠକର ସଭାପତିତ୍ୱ କରିଛନ୍ତି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ବୈଠକରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ସିଏମସି କମିଶନର କୀରନଦୀପ କୌର ସହୋଟା, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଦର୍ଶକମାନଙ୍କ ସମସ୍ତ ପ୍ରକାର ସୁବିଧା ପାଇଁ ଗୁରୁତ୍ଵ ଦେଇଛନ୍ତି ଉନ୍ନୟନ କମିଶନର । ବାଲିଯାତ୍ରାରେ କେଉଁ କେଉଁ ସ୍ଥାନରେ କ’ଣ ସୁବିଧା ରହିଛି ଏବଂ ଜରୁରୀ ସହାୟତା ଆବଶ୍ୟକତା ପାଇଁ ଏକ ମୋବାଇଲ ଆପ୍ ବିକଶିତ କରିବାକୁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ଚଳିତବର୍ଷ ବାଲିଯାତ୍ରାରେ ୧୬୭୦ଟି ଷ୍ଟଲ ଆବଣ୍ଟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଓରମାସ ଆୟୋଜନରେ ୫୦୦ ଷ୍ଟଲ ସ୍ଥାପନ କରାଯାଇ ଜାତୀୟ ପଲ୍ଲୀଶ୍ରୀ ମେଳା କରାଯିବ ବୋଲି ସୂଚନା ରହିଛି ।ଚଳିତବର୍ଷ ବାଲିଯାତ୍ରାରେ ୭୦ ଲକ୍ଷ ଲୋକଙ୍କ ସମାଗମ ହେବାର ଆକଳନ କରାଯାଇଛି ।ଅନ୍ୟପଟେ, ଐତିହାସିକ କଟକ ବାଲିଯାତ୍ରା-୨୦୨୫ରେ ଷ୍ଟଲ ଖୋଲିବା ନିମନ୍ତେ ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି । ଏହା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ୧୩ ତାରିଖର ପ୍ଲଟ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଅନ୍ୟପଟେ, ଐତିହାସିକ କଟକ ବାଲିଯାତ୍ରା-୨୦୨୫ରେ ଷ୍ଟଲ ଖୋଲିବା ନିମନ୍ତେ ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି । ଏହା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ୧୩ ତାରିଖର ପ୍ଲଟ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
