Thu. Oct 23rd, 2025

ନ୍ୟୁଜ ଡେକ୍ସ : ଓଡ଼ିଶା ପୋଲିସ ସବ୍‌-ଇନ୍ସପେକ୍ଟର (ଏସ‌ଆଇ) ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ବଡ଼ ଖୁଲାସା କରିଛି। ଘରୋଇ କୋଚିଂ ସେଣ୍ଟର ‘ବଣିକ’ ଉପରେ ହୋଇଛି ବିଶେଷ ରେଡ୍। ଏହି ସେଣ୍ଟରରେ ଏସ‌ଆଇ ଆଶାୟୀ ପ୍ରାର୍ଥୀମାନଙ୍କୁ ତାଲିମ ଦେବା ଅଭିଯୋଗରେ ଏହି ଚଢ଼ଉ କରାଯାଇଛି।

କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି ଯେ, ଗିରଫ ୧୧୪ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ‘ବଣିକ’ କୋଚିଂ ସେଣ୍ଟରର କିଛି ପରୀକ୍ଷାର୍ଥୀ ମଧ୍ୟ ଅଛନ୍ତି। “ଏହି ସେଣ୍ଟର କେତେ ପରୀକ୍ଷାର୍ଥୀଙ୍କୁ ପଠାଇଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ,” ବୋଲି କହିଛନ୍ତି ସେ।ଏହି ମାମଲାରେ ସିଣ୍ଡିକେଟ୍‌ ଚକ୍ର ଥିବା ସୂଚନା ମିଳିଛି। ପରୀକ୍ଷା ଜାଲିଆତି ପାଇଁ ଅରିଜିନାଲ ସର୍ଟିଫିକେଟ ଓ ବ୍ଳାଙ୍କ ଚେକ୍‌ ଜରିଆରେ ଟଙ୍କା କାରବାର ଚାଲିଥିଲା ବୋଲି ତଦନ୍ତରେ ଉଜାଗର ହୋଇଛି।

ବିଭିନ୍ନ କୋଚିଂ ସେଣ୍ଟରର ଶିକ୍ଷକମାନଙ୍କ ଜରିଆରେ ଏହି ଜାଲିଆତି ଚକ୍ର ଚାଲୁଥିଲା ବୋଲି ଜଣାପଡିଛି।କ୍ରାଇମ୍‌ବ୍ରାଞ୍ଚ ଏହି ଚକ୍ରର ମୁଖ୍ୟ ସଦସ୍ୟ ବିଶ୍ବରଞ୍ଜନ ବେହେରାଙ୍କୁ ଗିରଫ କରିଛି, ଯାହାଙ୍କ ଘର ବାରଙ୍ଗ ବିଦ୍ୟାଧରପୁର ଅଞ୍ଚଳରେ ଥିବା ଜଣାଯାଇଛି। ସେ ଏସ‌ଆଇ ପ୍ରାର୍ଥୀମାନଙ୍କ ସହ ସମ୍ପର୍କ ସ୍ଥାପନ କରି ଅସଦୁପାୟରେ ନିଯୁକ୍ତି ଚେଷ୍ଟା କରୁଥିଲେ ବୋଲି ତଥ୍ୟ ମିଳିଛି।

Leave a Reply

Your email address will not be published. Required fields are marked *