Sun. Jun 28th, 2026

ନ୍ୟୁଜ ଡେକ୍ସ : ମହାନଦୀ ଜଳ ବିବାଦକୁ ନେଇ ଆଜି ହୋଇଥିବା ଶୁଣାଣିରେ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଦଳ ପ୍ରାୟ ସାତଟି ପର୍ଯ୍ୟାୟରେ ଆଲୋଚନା କରିଛନ୍ତି। ଦୀର୍ଘଦିନ ଧରି ବିବାଦରେ ଥିବା ଅନେକ ପ୍ରସଙ୍ଗରେ ଉଭୟ ପକ୍ଷ ସହମତି ଦିଗରେ ଆଗେଇଥିବା ସୂଚନା ମିଳିଛି।

ଜଳ ବଣ୍ଟନ, ଜଳର ଚାହିଦା ଏବଂ ଜଳ ସନ୍ତୁଳନ ଭଳି ପ୍ରମୁଖ ବିଷୟରେ ମିଳିତ ବୈଷୟିକ କମିଟିରେ ପ୍ରାୟ ସହମତି ପ୍ରକାଶ ପାଇଛି। ବିବାଦୀୟ ପ୍ରସଙ୍ଗଗୁଡ଼ିକର ସମାଧାନ ଦିଗରେ ଆଲୋଚନା ସକାରାତ୍ମକ ଭାବେ ଆଗକୁ ବଢ଼ୁଥିବା କୁହାଯାଇଛି।ଉଭୟ ରାଜ୍ୟର ଶୀର୍ଷ ନେତୃତ୍ୱ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ଜାରି ରଖିଛନ୍ତି।

ଗତ ଜୁଲାଇ ମାସଠାରୁ ଏପର୍ଯ୍ୟନ୍ତ ୨୦ଟି ବୈଠକ ଅନୁଷ୍ଠିତ ହୋଇସାରିଛି। ଖୁବଶୀଘ୍ର ଉଭୟ ରାଜ୍ୟର ଜଳ ସମ୍ପଦ ସଚିବଙ୍କ ମଧ୍ୟରେ ଆଉ ଏକ ବୈଠକ ହେବ।ଆସନ୍ତା ଜୁଲାଇ ୧୧ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ରାଜ୍ୟର ମହାଧିବକ୍ତା ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *