ନ୍ୟୁଜ ଡେକ୍ସ : ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁ ଅଲାରନାଥଙ୍କ ଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାରେ ଭାରୀ ମାଲବାହୀ ଯାନ ଚଳାଚଳ ଉପରେ ଅସ୍ଥାୟୀ କଟକଣା ଜାରି କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦିବ୍ୟ ଜ୍ୟୋତି ପରିଡ଼ା ଏହି ନିର୍ଦ୍ଦେଶ ଜାରି କରିଛନ୍ତି।
ଏହି କଟକଣା ୩୦ ଜୁନରୁ ୧୩ ଜୁଲାଇ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା ଯାଏଁ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ମଙ୍ଗଳାଘାଟରୁ ସାତପଡ଼ା ଏବଂ ଖଜୁରିଆରୁ ବ୍ରହ୍ମଗିରି ବଜାର ଛକ ପର୍ଯ୍ୟନ୍ତ ମାର୍ଗରେ ଭାରୀ ମାଲବାହୀ ଯାନ ଚଳାଚଳକୁ ବାରଣ କରାଯାଇଛି।ଏହି ନିର୍ଦ୍ଦେଶ ମୋଟର ଯାନ ଆଇନ ଏବଂ ଓଡ଼ିଶା ମୋଟର ଯାନ ନିୟମାବଳୀ ଅନୁଯାୟୀ ଜାରି କରାଯାଇଛି।
ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଭାରୀ ମାଲବାହୀ ଯାନ ଚାଳକଙ୍କୁ ନିର୍ଦ୍ଧାରିତ ସମୟରେ ବିକଳ୍ପ ମାର୍ଗ ବ୍ୟବହାର କରି ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

