Sun. Jun 28th, 2026

ନ୍ୟୁଜ ଡେକ୍ସ : ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ସମ୍ପନ୍ନ ହେବ। ଏହାର ପୂର୍ବ ପ୍ରସ୍ତୁତି ପାଇଁ ଗତକାଲି ରାତି ୧୦ଟା ୩୦ରୁ ଆଜି ଦିନ ୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି।ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦିତ କାର୍ଯ୍ୟସୂଚୀକୁ ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ବୈଠକରେ ସମସ୍ତ ବ୍ୟବସ୍ଥାକୁ ଚୂଡ଼ାନ୍ତ କରାଯାଇଛି।

ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସ୍ନାନ ମଣ୍ଡପ ସମ୍ମୁଖରେ ସ୍ୱତନ୍ତ୍ର ଚଢ଼ିବା ପଥ ନିର୍ମାଣ କରାଯାଇଛି। ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରି ସ୍ନାନ ମଣ୍ଡପରେ ଦର୍ଶନ ସାରି ଅନ୍ୟ ତିନି ଦ୍ୱାର ଦେଇ ବାହାରିବେ। ଟିକେଟଧାରୀ ଶ୍ରଦ୍ଧାଳୁମାନଙ୍କ ପାଇଁ କେବଳ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଛି।ଦେବସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ପୋଲିସ ମହାନିରୀକ୍ଷକ ଓ ପୁରୀ ଜିଲ୍ଲା ପୋଲିସ ଅଧୀକ୍ଷକ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୭୯ ପ୍ଲାଟୁନ ପୋଲିସ ବାହିନୀ ମୁତୟନ କରାଯାଇଛି। ଆଜିଠାରୁ ଶ୍ରୀମନ୍ଦିର ବାହାରେ ମଧ୍ୟ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *