ନ୍ୟୁଜ ଡେକ୍ସ : ଆସନ୍ତା ରଥଯାତ୍ରାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କୋଠ ଭୋଗ ଏବେ ହେବ ଅଧିକ ସୁସ୍ଥ ଓ ପରିବେଶ-ବନ୍ଧବ। କୃଷି ବିଭାଗ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ଯେ, ଏବେରୁ କୋଠ ଭୋଗ ପ୍ରସ୍ତୁତି ପାଇଁ ଜୈବିକ ଚାଉଳ ବ୍ୟବହୃତ ହେବ।
ଏହି ଚାଉଳ ‘ବଳଭଦ୍ର ଜୈବିକ ଚାଷ ମିଶନ’ ଅଧୀନରେ ପ୍ରସ୍ତୁତ ହେଉଛି। ବରଗଡ଼, କଟକ ଏବଂ କୋରାପୁଟ ଜିଲ୍ଲାରେ ଏହି ଜୈବିକ ଚାଷ ଚାଲିଛି। ଏହାସହ ଶ୍ରୀଅନ୍ନ କାର୍ଯ୍ୟକ୍ରମ ଅଧୀନରେ ଅନେକ ଜିଲ୍ଲାରେ ମଧ୍ୟ ଜୈବିକ ଚାଷ ବୃଦ୍ଧି ପାଇଛି।ସଚିବ ପାଢ଼ୀ କହିଛନ୍ତି, ଯଦି ବଳକା ରହେ ତେବେ କିଛି ପରିମାଣର ମହାପ୍ରସାଦ ମଧ୍ୟ ଜୈବିକ ଉତ୍ପାଦନରୁ ପ୍ରସ୍ତୁତ ହେବ।
ଏହି ଜୈବିକ ମହାପ୍ରସାଦ ପାଇଁ ଆନନ୍ଦ ବଜାରରେ ସ୍ୱତନ୍ତ୍ର କାଉଣ୍ଟର ରହିବ ବୋଲି ତିନି କହିଛନ୍ତି।ପରବର୍ତ୍ତୀ ସମୟରେ ଜୈବିକ ପନିପରିବା ମଧ୍ୟ ଭୋଗ ପ୍ରସ୍ତୁତିରେ ବ୍ୟବହାର କରାଯିବା ପାଇଁ ଯୋଜନା ରହିଛି। ଉଲ୍ଲେଖନୀୟ ଯେ, ଗତ ରଥଯାତ୍ରା ବେଳେ ମାଉସୀ ମା’ ମନ୍ଦିରରେ ମହାପ୍ରଭୁଙ୍କ ଆଡପ ମଣ୍ଡପ ଭୋଗ ପ୍ରସ୍ତୁତିରେ ମଧ୍ୟ ଜୈବିକ ଚାଉଳ ବ୍ୟବହୃତ ହୋଇଥିଲା।

