Sun. Feb 22nd, 2026

ନ୍ୟୁଜ ଡେକ୍ସ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଗଠିତ ଅବପାତ ଏବେ ଆନ୍ଧ୍ର ଉପକୂଳ ଦିଗକୁ ଗତିଶୀଳ ହେଉଛି ଏବଂ ଏହା ସମ୍ଭାବ୍ୟ ବାତ୍ୟା “ମନ୍ଥା” ରୂପେ ପରିଣତ ହେବାର ସମ୍ଭାବନା ରହିଛି।ଏହି ବାତ୍ୟା ବିଶାଖାପାଟନମ୍ ଠାରୁ ପ୍ରାୟ ୯୯୦ କି.ମି. ଏବଂ ଗୋପାଳପୁର ଠାରୁ ପ୍ରାୟ ୧୦୪୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି।

ଆଗାମୀ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ଜୋର ହାବା ପଡ଼ିବାର ଆଶଙ୍କା ରହିଛି।ଏହି ପରିସ୍ଥିତି ଦୃଷ୍ଟିରେ ସମୁଦ୍ରରେ ଯାଇବାକୁ ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ପାରାଦୀପ ବନ୍ଦରକୁ ସତର୍କ ସଙ୍କେତ ଜାରି କରାଯାଇଛି।ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୋଲିସ ଡାକବାଜି ଯନ୍ତ୍ର ମାଧ୍ୟମରେ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରୁଛନ୍ତି। ନେହରୁବଙ୍ଗଳା ଫିସିଂ ହାର୍ବର, ଅଠରବାଙ୍କି, ଷଣ୍ଢକୁଦ, ନୂଆବଜାର ଓ ଚୌମୁହାଣି ଅଞ୍ଚଳରେ ପ୍ରଚାର ଯୋଗେ ସତର୍କତା ସନ୍ଦେଶ ପହଞ୍ଚାଯାଇଛି।

ସମୁଦ୍ରରେ ଅଛିଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ ଅନୁରୋଧ କରାଯାଇଛି। ଏପରି ସମୟରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟ ସରକାର ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ପୂର୍ଣ୍ଣ ପ୍ରସ୍ତୁତ। ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ, ଜଳସମ୍ପଦ, ଶକ୍ତି ଓ କୃଷି ବିଭାଗକୁ ସତର୍କ ରହିବାକୁ ନିଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *