Sun. Feb 22nd, 2026

ନ୍ୟୁଜ ଡେକ୍ସ : ବଙ୍ଗୋପସାଗରରେ ଗଭୀର ଅବପାତ ରୂପ ନେଇ ଭୟାବହ ଆକାର ଧାରଣ କରିଛି ବାତ୍ୟା ‘ମୋନ୍ଥା’। ଏହି ସାମୁଦ୍ରିକ ଝଡ ଘଣ୍ଟାପ୍ରତି ପ୍ରାୟ ୧୫ କି.ମି. ବେଗରେ ଆଗୁଆ ବଢ଼ୁଛି। ବାତ୍ୟା ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସକାଳୁ ହୁଏଁଥିବା ପ୍ରବଳ ବର୍ଷା ଲୋକଙ୍କ ଜୀବନ ଅସ୍ଥିର କରିଦେଇଛି।

ଏହି ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ତାମିଲନାଡୁରେ ରେଡ୍ ଆଲର୍ଟ ଜାରି କରାଯାଇଛି। ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହାର ପ୍ରଭାବ ସର୍ବାଧିକ ଆନ୍ଧ୍ରପ୍ରଦେଶ ଉପରେ ପଡିବ।ଏହି ପରିସ୍ଥିତିକୁ ମୁକାବିଲା ପାଇଁ କଟକ ମୁଣ୍ଡଳୀ ସ୍ଥିତ ତୃତୀୟ ବାଟାଲିୟନ ଏନ୍‌ଡିଆରଏଫରୁ ୩ଟି ଟିମ୍‌ ରବିବାର ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶକୁ ପଠାଯାଇଛି। ଏଥିରୁ ଗୋଟିଏ ଟିମ୍ ଶ୍ରୀକାକୁଲମ, ଓ ଦୁଇଟି ଟିମ୍ ଭିଶାଖାପଟ୍ଟଣମ (ଭାଇଜାକ) ଦିଗରେ ବିଦାୟ ନେଇଛି। ପ୍ରତି ଟିମ୍‌ରେ ୩ ଜଣ ଅଫିସର ସହିତ ୩୨ ଜଣ ଯବାନ ନିୟୋଜିତ ହୋଇଛନ୍ତି।

ସହଯୋଗୀ ଯନ୍ତ୍ରାଂଶ ଭିତରେ ଓବିଏମ୍‌, ବୋଟ୍‌, ଗଛ କଟା ଯନ୍ତ୍ର, ଦଉଡ଼ି, ଡିପ୍ ଡାଇଭିଂ ସେଟ୍‌, ଅମ୍ଳଜାନ ସିଲିଣ୍ଡର ଇତ୍ୟାଦି ସାମିଲ ଅଛି। ପ୍ରତି ଟିମ୍‌ ସହିତ ଗୋଟିଏ ବୋଲୋରୋ, ବସ୍ ଓ ଟ୍ରକ୍ ଯାନ ସୁବିଧା ଦିଆଯାଇଛି।ଏହି ଅଭିଯାନକୁ ସେକେଣ୍ଡ ଇନ୍‌ କମାଣ୍ଡାଣ୍ଟ ଡ଼କ୍ଟର ତୀର୍ଥବାସୀ ସାହୁ ନେତୃତ୍ବ କରୁଛନ୍ତି। ଏନ୍‌ଡିଆରଏଫ୍ ପକ୍ଷରୁ ସୂଚନା ମିଳିଛି ଯେ, ପରିସ୍ଥିତି ଅନୁଯାୟୀ ଆଗାମୀ ଦିନରେ ଅଧିକ ଟିମ୍‌ ମଧ୍ୟ ନିୟୋଜିତ ହୋଇପାରେ।

Leave a Reply

Your email address will not be published. Required fields are marked *