Sat. Feb 21st, 2026

ନ୍ୟୁଜ ଡେକ୍ସ : ବହୁଚର୍ଚ୍ଚିତ ଏସଆଇ (SI) ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାର ତଦନ୍ତ ଏବେ ନୂଆ ମୋଡ଼ ନେଇଛି। ଏହି ମାମଲାର ତଦନ୍ତ ଦାୟିତ୍ୱ ଯେଉଁଠାରେ ସିବିଆଇ (CBI) ନେଇଛି, ସେଠାରେ କ୍ରାଇମବ୍ରାଞ୍ଚ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ଜଣାଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର।ସେ କହିଛନ୍ତି, “ସିବିଆଇ ତଦନ୍ତରେ ଯାହାକୁ ତଥ୍ୟ ଓ ପ୍ରମାଣ ଆବଶ୍ୟକ ହେବ, ସେଗୁଡ଼ିକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରଦାନ କରାଯିବ।

ଆମେ ଏହି ମାମଲାରେ ଆନ୍ତଃରାଜ୍ୟ ଲିଙ୍କ ଥିବା କଥା ପୂର୍ବରୁ ଅନୁମାନ କରିଥିଲୁ। ସେହିପାଇଁ ସରକାର ଏହାକୁ ସିବିଆଇକୁ ହସ୍ତାନ୍ତର କରିବା ନିଷ୍ପତ୍ତି ନେଇଛି।”ଡିଜି ମିଶ୍ର ଆହୁରି କହିଛନ୍ତି, “ସିବିଆଇ ଏହି ପ୍ରକାର ଆନ୍ତଃରାଜ୍ୟ ଲିଙ୍କ ଥିବା ମାମଲାରେ ଭଲ ତଦନ୍ତ କରିପାରିବ। ଆମେ ଯେତେ ଯାହା ତଥ୍ୟ ମିଳିଛି, ସେଗୁଡ଼ିକୁ ଆଧାର କରି ତଦନ୍ତକୁ ଆଗେଇ ନେଇଛୁ। ଆଗକୁ ଯାହା ତଥ୍ୟ ପ୍ରମାଣ ମିଳିବ, ତାକୁ ସାମ୍ନାକୁ ଆଣାଯିବ।”

ଏହି ମାମଲାରେ ଏପର୍ଯ୍ୟନ୍ତ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଧରାପଡ଼ିନାହାନ୍ତି। ତାଙ୍କୁ ଧରିବା ପାଇଁ ତଦନ୍ତ ଦଳ ଚେଷ୍ଟା ଜାରି ରଖିଛି।ଅନ୍ୟପଟେ, ଏହି କେଳେଙ୍କାରୀ ମାମଲାରେ ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀ ଗତକାଲି ବ୍ରହ୍ମପୁର ଜେଲରୁ ଜାମିନରେ ମୁକୁଳିଛନ୍ତି। ସିବିଆଇ ତଦନ୍ତ ଆରମ୍ଭ ହେବା ସହିତ, ଆଗାମୀ ଦିନରେ ଅଧିକ ଚମକପୂର୍ଣ୍ଣ ତଥ୍ୟ ମିଳିପାରେ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *