Sun. Feb 22nd, 2026

ନ୍ୟୁଜ ଡେକ୍ସ: ହବିଷ୍ୟାଳୀ ଯୋଜନାରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।ପଞ୍ଜିକୃତ କରିଥିବା ହବିଷ୍ୟାଳୀଙ୍କ ପାଇଁ ସରକାର ଖାଇବା ରହିବା ବନ୍ଦୋବସ୍ତ କରିଥାନ୍ତି । କେବଳ ଅନଲାଇନ ମାଧ୍ୟମରେ ଏହି ଆବେଦନ ଗ୍ରହଣ କରାଯିବ ।

ଆସ୍ତନ୍ତା ୬ରୁ ୧୧ ଯାଏଁ http://edistrict.odisha.gov.inରେ ଇଚ୍ଛୁକ ହବିଷ୍ୟାଳୀମାନେ ଆବେଦନ କରିପାରିବେ । ତେବେ ଏଥର ପାଖାପାଖି ୨୫୦୦ ହବିଷ୍ୟାଳୀଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳ କହିଛନ୍ତି, ଯେଉଁ ହବିଷ୍ୟାଳୀମାନେ ଆବେଦନ କରିଥିବେ ସେମାନଙ୍କ ପାଖକୁ ଏକ ଇଣ୍ଟିମେସନ ଯିବ। ଏତସହ ହବିଷ୍ୟାଳୀମାନେ ଶିବିରକୁ ଆସିଲେ ପ୍ରଥମେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ପରେ ସେମାନଙ୍କୁ ଅନ୍ୟାନ ସୁବିଧା ଯୋଗାଇ ଦିଆଯିବ।

ଆଶ୍ୱିନ୍ୟ ମାସ ଶୁକ୍ଳ ପକ୍ଷ ଏକାଦଶ ତିଥିରୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥାଏ। ହଜାର ହଜାର ହବିଷ୍ୟାଳୀ ଶ୍ରୀମନ୍ଦିରରେମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ କରିବେ । ସକାଳୁ ସକାଳୁ ହବିଷ୍ୟାଳୀମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ବ୍ରତସଂକଳ୍ପ କରି ବୃନ୍ଦାବତୀଙ୍କ ନିକଟରେ ରାଇଦାମୋଦର ପୂଜା କରିବେ। ପଞ୍ଚବର୍ଣ୍ଣ ମୁରୁଜ ପକାଇ ତୁଳସୀ ଚଉରାରେ ଜଗନ୍ନାଥଙ୍କ ଫଟୋଚିତ୍ର ରଖି ହବିଷ୍ୟାଳୀମାନେ ପୂଜା କରିବେ।

Leave a Reply

Your email address will not be published. Required fields are marked *