Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରରେ ସ୍ପେଶାଲ କ୍ରାଇମ ୟୁନିଟ ବାଘ ଛାଲ ଚୋରାଚାଲାନ ରାକେଟକୁ ଧରିବାରେ ବଡ଼ ସଫଳତା ହାସଲ କରିଛି। ଏକ ତାରକା ହୋଟେଲ ନିକଟରେ ଡିଲ ହେଉଥିବା ସମୟରେ କ୍ରାଇମ ୟୁନିଟ ଅଭିଯାନ ଚାଲାଇ ତିନିଜଣ ବେପାରୀଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ୩୦ ଲକ୍ଷ ଟଙ୍କା ମୂଲ୍ୟରେ ବାଘ ଛାଲ ଡିଲ ହେଉଥିବାବେଳେ ସ୍ପେଶାଲ କ୍ରାଇମ ୟୁନିଟ ମାଡ଼ ମାରିଥିଲା। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ — ଖୋର୍ଦ୍ଧା ଡୁମଡୁମା ଅଞ୍ଚଳର ରୋହିତ ମହାପାତ୍ର (୨୬), ଗଞ୍ଜାମ ଭଞ୍ଜନଗରର ମନଜିତ ସାବତ (୨୧) ଏବଂ ଗଣ୍ଡମୁଣ୍ଡା ଅଞ୍ଚଳର ଶମ୍ଭୁ ବିଶୋଇ (୨୩)।ପୋଲିସ ଅନୁସାରେ, ଏହି ରାକେଟ କର୍ଣ୍ଣାଟକରୁ ବାଘ ଛାଲ ଆଣି ଭୁବନେଶ୍ୱରରେ ଚୋରା ଡିଲ କରୁଥିଲା। ଗୁପ୍ତ ସୂଚନା ଆଧାରରେ ସ୍ପେଶାଲ କ୍ରାଇମ ୟୁନିଟ ଟିମ ଅଭିଯାନ ଚାଲାଇ ସେମାନଙ୍କୁ ହାତେନାତେ ଧରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବ।

ପୋଲିସ କମିଶନର କହିଛନ୍ତି, “ପଚରାଉଚରା ପରେ ଏହି ରାକେଟର ମୁଳ ଯୋଗାଣ ସଂଯୋଗ ଏବଂ ଅନ୍ୟ ଜଡିତ ବ୍ୟକ୍ତିମାନଙ୍କ ବିଷୟରେ ଖୁଲାସା ହେବ।”ସେହିପରି, ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁସାରେ ଏହି ଘଟଣାରେ ମାମଲା ରୁଜୁ ହୋଇଛି। ପୋଲିସ ଅନୁସନ୍ଧାନ ଚାଲିଛି ଏବଂ ଏହି ଅପରାଧୀ ଚକ୍ରର ଅନ୍ୟ ସଦସ୍ୟମାନଙ୍କ ଖୋଜ ଜାରି ରହିଛି।

Leave a Reply

Your email address will not be published. Required fields are marked *