Sun. Feb 22nd, 2026

ନ୍ୟୁଜ ଡେକ୍ସ : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା ମାମଲାରେ ଆଉ ଜଣେ ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିଛି ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ୍। ଆଜି କଟକରୁ ଧରାପଡିଛନ୍ତି ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡର ମାଲିକ ସୁରେଶ ନାୟକ। ଏହି ଗିରଫ ସହ ଏବେ ଘୋଟାଲା ମାମଲାର ତଦନ୍ତ ଅଧିକ ଗଭୀର ହୋଇପାରେ ବୋଲି ମନେ କରାଯାଉଛି।

ସୂଚନା ଅନୁଯାୟୀ, କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଏବେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କୁ ସାମ୍ନାସାମ୍ନି ଜେରା କରାଯାଉଛି। ଗତକାଲି ଉତ୍ତରାଖଣ୍ଡ ରାଜ୍ୟର ନେପାଳ ସୀମା ନିକଟରୁ ଶଙ୍କର ପୃଷ୍ଟିକୁ ଧରି ଭୁବନେଶ୍ୱର ଓ ପରେ କଟକକୁ ଆଣାଯାଇଥିଲା।ଧରାପଡିବା ପରେ ଶଙ୍କର କହିଛନ୍ତି ଯେ, “ମୁଁ ଆତ୍ମସମର୍ପଣ କରିଛି, ମୋର କୌଣସି ଦୋଷ ନାହିଁ। ଆଗୁଆ ଜାମିନ ପାଇଁ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆବେଦନ କରିଥିଲି, ଆଇନ ପ୍ରକ୍ରିୟା ଅନୁସାରେ ଚାଲୁଥିଲି।” ସେ ଏହା ମଧ୍ୟ କହିଛନ୍ତି ଯେ, “ପୂର୍ବ ସରକାର ସମୟରେ ହଜାରେ କୋଟି ଟଙ୍କାର ଡିଲ୍ ହୋଇଥିଲା, ଖୁବଶୀଘ୍ର ସେ ସବୁ ଗୁମର ଖୋଲିବ।

ସରକାରଙ୍କୁ ସମସ୍ତ ତଥ୍ୟ ଦେବି।” ଏହି ଚାଞ୍ଚଲ୍ୟକର ବୟାନ ରାଜ୍ୟ ରାଜନୀତିରେ ତେଜ ପ୍ରତିକ୍ରିୟା ସୃଷ୍ଟି କରିଛି। ବିଜେଡି ଓ ବିଜେପି ମଧ୍ୟରେ ଏହାକୁ ନେଇ କଥା କଟାକଟି ଓ ରାଜନୀତିକ ଅଭିଯୋଗ ପ୍ରତିଅଭିଯୋଗ ଆରମ୍ଭ ହୋଇଛି।ଏହି ମଧ୍ୟରେ ନୂଆପଡ଼ା ଉପନିର୍ବାଚନ ଥିବାରୁ ଶଙ୍କରଙ୍କ ଏହି ବୟାନକୁ ରାଜନୀତିକ ମହଲରେ ଗୁରୁତ୍ୱର ସହ ନିଆଯାଉଛି। କ୍ରାଇମବ୍ରାଞ୍ଚ ଦଳ ଏହି ମାମଲାର ତଦନ୍ତ ତେଜ କରିଛି ଓ ଆଗାମୀ ଦିନରେ ଅଧିକ ଗିରଫ ହେବା ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *