Sun. Apr 19th, 2026

ନ୍ୟୁଜ ଡେକ୍ସ : ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ପୂର୍ବତନ ଅଭିଯୁକ୍ତ ଅରବିନ୍ଦ ଦାସଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମ ବ୍ରାଞ୍ଚ। ଉଭୟଙ୍କୁ ବିସ୍ତୃତ ଭାବରେ ଜେରା କରି ଦୁର୍ନୀତି ଚକ୍ରର ମୂଳ ଦାୟୀମାନଙ୍କ ଖୋଜ ନିଆଯିବ ବୋଲି ସୂଚନା ମିଳିଛି।

ପଞ୍ଚସଫ୍ଟ ନାମକ ସଂସ୍ଥାର ମାଲିକ ଓ ଏହି ଦୁର୍ନୀତି ଚକ୍ରର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ ଭାରତ-ନେପାଳ ସୀମାରୁ କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା। ସେହିପରି ସିଲିକନ ଟେକ୍ କମ୍ପାନୀ ମାଲିକ ସୁରେଶ ନାୟକଙ୍କୁ ମଧ୍ୟ ଏହି ମାମଲା ସଂପର୍କରେ ଗିରଫ କରାଯାଇଥିଲା।ଗତ ସୋମବାର ଉଭୟ ଅଭିଯୁକ୍ତଙ୍କୁ ଜେଏମଏଫସି ଅଦାଲତରେ ହାଜର କରାଯାଇଥିଲା, ଯେଉଁଠି ନ୍ୟାୟାଧୀଶ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ।

ତେବେ, କ୍ରାଇମ ବ୍ରାଞ୍ଚ ପକ୍ଷରୁ ଶଙ୍କର ଓ ଅରବିନ୍ଦଙ୍କୁ ୭ ଦିନିଆ ରିମାଣ୍ଡ ନିବେଶ କରାଯାଇଥିଲା। କିନ୍ତୁ ଅଦାଲତ ୫ ଦିନିଆ ରିମାଣ୍ଡ ଦେଇ ଅନୁମତି ପ୍ରଦାନ କରିଛନ୍ତି। କ୍ରାଇମ ବ୍ରାଞ୍ଚ ଏହି ସମୟ ମଧ୍ୟରେ ନିଯୁକ୍ତି ପରୀକ୍ଷାର ଉତ୍ତରପତ୍ର ଲିକ୍ ହେବାର ପ୍ରକ୍ରିୟା, ଅର୍ଥ ଲେନଦେନ ଓ ସଂପୃକ୍ତ ଅଧିକାରୀମାନଙ୍କ ନାମ ମଧ୍ୟ ଖୋଜିବାକୁ ଚେଷ୍ଟା କରିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *