Sat. Apr 18th, 2026

ନ୍ୟୁଜ ଡେକ୍ସ :ଆସନ୍ତା ୭ ନଭେମ୍ବର ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜରେ ଗୁଞ୍ଜିଉଠିବ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ’। ଏହି ଗୀତର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସାରାରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି।ଏହି ସମ୍ବନ୍ଧରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗକୁ ଚିଠି ପଠାଯାଇଛି।

ଚିଠିରେ ଉଲ୍ଲେଖ ରହିଛି ଯେ, ସେହି ଦିନ ପ୍ରାର୍ଥନା ସଭା ସମୟରେ ସମସ୍ତ ଛାତ୍ରଛାତ୍ରୀ ଏକାଠି ହୋଇ ‘ବନ୍ଦେ ମାତରମ’ ଗାଇବେ।ସଂସ୍କୃତି ବିଭାଗ ଏହି ଅବସରରେ ସମଗ୍ର ରାଜ୍ୟରେ ଜାତିୟ ଭାବନା, ଦେଶପ୍ରେମ ଓ ଐତିହ୍ୟ ଗର୍ବ ବଢ଼ାଇବା ଉଦ୍ଦେଶ୍ୟରେ ଏହି ଉତ୍ସବ ପାଳନ କରୁଛି।

ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ‘ବନ୍ଦେ ମାତରମ’ର ଇତିହାସ, ରଚୟିତା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଅବଦାନ ଓ ଏହି ଗୀତର ଜାତୀୟ ଗୁରୁତ୍ୱ ବିଷୟରେ ବିଶେଷ ଆଲୋଚନା ସଭା ଆୟୋଜିତ ହେବ।ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଏହି ଦିଗରେ ନିର୍ଦ୍ଦେଶ ଜାରି ହୋଇଛି, ଯେପରି ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ଦିନ ଗମ୍ଭୀରତା, ସମ୍ମାନ ଓ ଉତ୍ସାହର ସହ ଆୟୋଜିତ ହେଉ।

Leave a Reply

Your email address will not be published. Required fields are marked *