Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭୁବନେଶ୍ୱର ଏୟାରପୋର୍ଟରେ ହେବ ଟର୍ମିନାଲ-୩। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡୁ ଆଜି ସୂଚନା ଦେଇଛନ୍ତି। ଆସନ୍ତା ଦୁଇ ବର୍ଷରେ ନୂଆ ଟର୍ମିନାଲ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।  ପୁରୁଣା ଟର୍ମିନାଲ ପାଖରେ ତିଆରି ହେବ ନୂଆ ଟର୍ମିନାଲ ।

ଭୁବନେଶ୍ବର ବିମାନ ବନ୍ଦରରେ ପରିଦର୍ଶନ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ । ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ । ୨ ବର୍ଷରେ ଏହି ନିର୍ମାଣ କରିବା ସହିତ, ଖୁବଶୀଘ୍ର ଭୁବନେଶ୍ବର ବିମାନବନ୍ଦରରେ ହେବ ରନୱେ କ୍ୟାଟ୍‌ ଟୁ ଲାଇଟ୍ । ବର୍ତ୍ତମାନ ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଟର୍ମିନାଲର କ୍ଷମତା ୪୦ ଲକ୍ଷ ଥିବା ବେଳେ ଏହାକୁ ଆହଚରି ବୃଦ୍ଧି କରାଯାଇ ୮୦ ଲକ୍ଷ କରିବା ପାଇଁ ଯୋଜନା ଚାଲିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଯାହାର ପାଖାପାଖି ୧ମାସ ଭିତରେ ଅନୁମତି ଦେଇ ଆଗାମୀ ବର୍ଷେରୁ ୨ ବର୍ଷେ ଭିତରେ ଏହାର କାର୍ଯ୍ୟ ଶେଷ କରାଯିବ ।  

ବର୍ତ୍ତମାନ ଭୁବନେଶ୍ୱର ଏୟାରପୋର୍ଟରେ ଯେଉଁ ଟର୍ମିନାଲ ରହିଥିଲେ ସେଥିରେ ବର୍ଷକୁ ୪୦ଲକ୍ଷ ଯାତ୍ରୀ ଯାତାୟତ କରନ୍ତି। ଯାତ୍ରୀ ସଂଖ୍ୟା ୮୦ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖି ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ। ଏବେ ଏୟାରପୋର୍ଟ ୨୦ଟି ସହରକୁ ସଂଯୋଗ କରୁଥିବା ବେଳେ ଆଗକୁ ଜମ୍ମୁ, ଗୁଜରାଟ, ଆନ୍ଧ୍ର ଭଳି ଅନ୍ୟ ସ୍ଥାନକୁ ସଂଯୋଗ କରିବାକୁ ଦାବି କରାଯାଇଛି। ଏସମ୍ପର୍କରେ ଖୁବଶୀଘ୍ର ନିଷ୍ପତି ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

Leave a Reply

Your email address will not be published. Required fields are marked *