Sat. Apr 18th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଶୀତର ପ୍ରକୋପ। ବିଶେଷତଃ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥଣ୍ଡାର ମାତ୍ରା ବହୁତ ବଢ଼ିଯାଇଛି। ଫୁଲବାଣୀ, ଦାରିଙ୍ଗବାଡ଼ି, ରାଉଲକେଲା ଓ ଭବାନୀପାଟଣା ଅଞ୍ଚଳରେ ଲୋକମାନେ ଏବେଠାରୁ ଶୀତ ଅନୁଭବ କରୁଛନ୍ତି।ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ଉତ୍ତର ଦିଗରୁ ଥଣ୍ଡା ପବନ ଆସୁଥିବାରୁ ରାଜ୍ୟରେ ଆଗାମୀ କିଛି ଦିନ ମଧ୍ୟରେ ଶୀତର ମାତ୍ରା ଆହୁରି ବଢିବ।

ତାଙ୍କ କଥାନୁସାରେ, ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ଏବଂ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିଯାଇପାରେ।ଫୁଲବାଣୀରେ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସକୁ ଖସିଛି ଓ ଦାରିଙ୍ଗବାଡ଼ିରେ ୧୩ ଡିଗ୍ରୀ ରହିଛି। ସେହିପରି ରାଉଲକେଲା ଓ ଭବାନୀପାଟଣାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଛାଇ ରହିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୀତ ବଢିବ ଏବଂ ସକାଳ ବେଳେ କୁହୁଡି ଦେଖାଦେବ। ଲୋକମାନଙ୍କୁ ରାତିରେ ଗରମ ପୋଷାକ ପିନ୍ଧି ରହିବା ଓ ଥଣ୍ଡାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *