ନ୍ୟୁଜ ଡେକ୍ସ: ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ୧୬,୦୦୯ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ (ଯୋଜନାଭିତ୍ତିକ) ନିଯୁକ୍ତ ହେବାକୁ ଯାଉଛନ୍ତି। ଆଜି( ଶନିବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ।ଏଥିପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ନିଯୁକ୍ତି ସମାରୋହ ଓ ନବନିଯୁକ୍ତ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
ରାଜ୍ୟରେ ଶିକ୍ଷାଦାନକୁ ଗୁଣାତ୍ମକ କରିବା ଦିଗରେ ଏହି ନିଯୁକ୍ତି ଏକ ବଡ଼ ପଦକ୍ଷେପ ହେବ । ରାଜ୍ୟରେ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ପିଲାଙ୍କ ଭବିଷ୍ୟତ ଗଢିବା ଦିଗରେ ଏହା ସହାୟକ ହେବ । ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନର ଲକ୍ଷ୍ୟ ରଖିଥିବା ବେଳେ ଏହି ପଦକ୍ଷେପ ଲକ୍ଷ୍ୟ ପୂରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କାର୍ଯ୍ୟକ୍ରମରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଚୟନ ହୋଇଥିବା ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ୪୨୪ ଜଣ, ବାଲେଶ୍ୱର ଜିଲ୍ଲାରେ ୬୦୦ଜଣ, ବରଗଡ଼ରେ ୪୭୯ଜଣ, ଭଦ୍ରକ ୨୬୦ଜଣ, ବଲାଙ୍ଗିର ଜିଲ୍ଲାରେ ୧୦୮୦ଜଣ, ବୌଦ୍ଧ ଜିଲ୍ଲାରେ ୬୫ଜଣ, କଟକରେ ୮୯୩ଜଣ, ଦେବଗଡ଼ ୨୧ଜଣ, ଢେଙ୍କାନାଳ ଜିଲ୍ଲାରେ ୫୮୩ଜଣ, ଗଜପତି ଜିଲ୍ଲାରେ ୧୩ଜଣ, ଗଞ୍ଜାମରେ ୧୨୬୪ଜଣ, ଜଗତସିଂହପୁର ୮୮ଜଣ, ଯାଜପୁରରେ ୮୭୨ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୩୮ଜଣ, କଳାହାଣ୍ଡି ୮୧୧ ଜଣ ।
