Tue. Feb 24th, 2026

ନ୍ୟୁଜ ଡେକ୍ସ : କଟକ ବାଲିଯାତ୍ରା ମେଳାପରିସରରେ ଗତକାଲି ରାତିରେ ଘଟିଥିବା ଦୋଳି ଅଚଳ ଘଟଣା ନେଇ ଭୟଭୀତ ହୋଇଥିଲେ ସେଠାକାର ଦର୍ଶନାର୍ଥୀମାନେ। ‘ହମର’ ନାମକ ଏକ ଜାୟାଣ୍ଟ ଦୋଳି ଅଚଳ ହୋଇ ପଡ଼ିଥିବା ବେଳେ ପ୍ରାୟ ୫୦ ଫୁଟ୍ ଉପରେ ୮ ଜଣ ଲୋକ ଫସିଯାଇଥିଲେ।

ବୈଷୟିକ ତ୍ରୁଟି ହେତୁ ଏହି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି।ଘଟଣା ସୂଚନା ମିଳିଲାପରେ ତୁରନ୍ତ ଅଗ୍ନିଶମ ବିଭାଗ ଓ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କଲେ। ଦୋଳି ଉପରେ ଫସିଥିବା ଲୋକମାନେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଭୟଭୀତ ଅବସ୍ଥାରେ ରହିଥିଲେ।ଅଗ୍ନିଶମ ବାହିନୀ ବ୍ରୋଣ୍ଟୋ ସ୍କାଏ ଲିଫ୍ଟ ମେସିନ ବ୍ୟବହାର କରି ସତର୍କ ଭାବରେ ସମସ୍ତଙ୍କୁ ଜଣେ ପରେ ଜଣେ ଉଦ୍ଧାର କଲେ।

ଏହି ସମୟରେ ଦର୍ଶକମାନେ ମଧ୍ୟ ଶ୍ୱାସ ରୋକି ଉଦ୍ଧାର କାର୍ଯ୍ୟ ଦେଖୁଥିଲେ।ଘଟଣାସ୍ଥଳକୁ କଟକ ଡିସିପି ରିଶିକେଶ ଖିଲାରୀ ନିଜେ ପହଞ୍ଚି ଉଦ୍ଧାର ଅଭିଯାନକୁ ନିରୀକ୍ଷଣ କଲେ। ସମସ୍ତଙ୍କୁ ସୁରକ୍ଷିତ ଭାବେ ତଳକୁ ଅଣିବା ପରେ, ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କଟକ ମେଡିକାଲକୁ ପଠାଯାଇଥିଲା।

ସଭାଗ୍ୟବଶତଃ କୌଣସି ମୃତ୍ୟୁ ବା ଗୁରୁତର ଆହତ ଘଟଣା ହୋଇନି। ଏହି ଘଟଣା ପରେ ବାଲିଯାତ୍ରା ମେଳାପରିସରରେ ରାଇଡ୍‌ଗୁଡ଼ିକର ସୁରକ୍ଷା ନିୟମ ଓ ଯାନ୍ତ୍ରିକ ପରୀକ୍ଷା ପୁନର୍ବିଚାର ପାଇଁ ପୋଲିସ ଓ ପ୍ରଶାସନ ତଦନ୍ତ ଆରମ୍ଭ କରିଛନ୍ତି।ବାଲିଯାତ୍ରାରେ ଏପରି ଅଘଟଣ ପ୍ରଥମ ନୁହେଁ, କିନ୍ତୁ ଏବେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେବାର ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *