Wed. Feb 25th, 2026

ନ୍ୟୁଜ ଡେକ୍ସ : ଉତ୍ତର ପ୍ରଦେଶର ଶ୍ରାବସ୍ତି ଜିଲ୍ଲାରେ ଶୁକ୍ରବାର ଦିନ ଏକ ଭୟାଙ୍କର ଘଟଣା ସାମ୍ନାକୁ ଆସିଛି। ଇକୋନା ଥାନା ଅଞ୍ଚଳର ବନକଟ ଗାଁରେ ଗୋଟିଏ ବନ୍ଦ କୋଠରୀରୁ ସ୍ୱାମୀ-ସ୍ତ୍ରୀ ସହିତ ତାଙ୍କ ୩ ଛୁଆଙ୍କ ମୃତଦେହ ଉଦ୍ଧାର ହେବାରୁ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ପରିବାରର ପାଞ୍ଚ ଜଣଙ୍କ ହଠାତ୍‌ ମୃତ୍ୟୁ ଲୋକମାନଙ୍କୁ ସ୍ତବ୍ଧ କରିଦେଇଛି।ପୋଲିସ ସୂତ୍ର ଅନୁସାରେ, ମୃତକଙ୍କ ମଧ୍ୟରେ ୩୨ ବର୍ଷୀୟ ସ୍ୱାମୀ, ୩୦ ବର୍ଷୀୟ ସ୍ତ୍ରୀ, ୬ ଏବଂ ୪ ବର୍ଷର ଦୁଇ ଝିଅ, ଏବଂ ଦେଢ ବର୍ଷର ପୁଅ ରହିଛନ୍ତି।

ସକାଳେ ବନ୍ଦ ଘରର କବାଟ ଭାଙ୍ଗି ପ୍ରବେଶ କରିଥିବା ପରିଜନ ଏବଂ ପଡୋଶୀମାନେ ମୃତଦେହଗୁଡିକୁ ଦେଖି ଆତଙ୍କିତ ହୋଇପଡିଥିଲେ।ପୋଲିସ ଏବଂ ଫୋରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରଥମିକ ତଦନ୍ତରୁ ସନ୍ଦେହ ହେଉଛି ଯେ ସ୍ୱାମୀ ରୋଜ ଅଲି ପ୍ରଥମେ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ପରେ ନିଜେ ସିଲିଂ ଫ୍ୟାନରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ପୋଲିସ ର ସୂଚନା ଅନୁଯାୟୀ, ପତି-ପତ୍ନୀଙ୍କ ମଧ୍ୟରେ ଗତ କିଛି ଦିନ ଧରି ପାରିବାରିକ ବିବାଦ ଚାଲୁଥିଲା, ଯାହା ଶାୟଦ ଏହି ଭୟାବହ ପଦକ୍ଷେପର କାରଣ ହୋଇପାରେ। ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ନିଜୁକ୍ତ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ପୋଲିସ ଏହାକୁ ଆତ୍ମହତ୍ୟା-ହତ୍ୟା ମାମଲା ଭାବେ ଦେଖି ତଦନ୍ତ ଜାରି ରଖିଛି।ଏକେ ସମୟରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବାରୁ ସମଗ୍ର ଗାଁରେ ଶୋକ ଓ ଭୟର ପରିବେଶ ଛାଇଛି।

Leave a Reply

Your email address will not be published. Required fields are marked *