Wed. Feb 25th, 2026

ନ୍ୟୁଜ ଡେକ୍ସ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା +୨ ଶ୍ରେଣୀର ସମସ୍ତ ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ୍‌ ଆସେସମେଣ୍ଟ ଏବଂ ପ୍ରୋଜେକ୍ଟ କାର୍ଯ୍ୟକୁ ବାଧ୍ୟତାମୂଳକ କରାଇଛି। ପରୀକ୍ଷାଗୁଡ଼ିକୁ ସୁଚାରୁ ଓ ପାରଦର୍ଶୀ ଭାବରେ କରିବା ପାଇଁ ପରିଷଦ ପକ୍ଷରୁ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି।ପରିଷଦ ସ୍ପଷ୍ଟ କରିଛି ଯେ, କେବଳ ରେଗୁଲାର୍‌ ପରୀକ୍ଷାର୍ଥୀମାନେ ଇଣ୍ଟରନାଲ୍‌ ଏବଂ ପ୍ରୋଜେକ୍ଟ ପରୀକ୍ଷା ଦେବାକୁ ଯୋଗ୍ୟ।

ପ୍ରଥମ ସ୍ଲଟ୍‌ ଭାବେ ଡିସେମ୍ବର ୨୨ରୁ ୩୧ ମଧ୍ୟରେ ପରୀକ୍ଷା ଆୟୋଜିତ ହେବ।ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଲଟ୍‌ରେ ଅନୁପସ୍ଥିତ ରହିବେ, ସେମାନଙ୍କ ପାଇଁ ଆଉ ଗୋଟିଏ ସ୍ଲଟ୍‌ ବ୍ୟବସ୍ଥା କରାଯାଇଛି।କେବଳ ରେଗୁଲାର୍‌ ପରୀକ୍ଷାର୍ଥୀମାନେ ଇଣ୍ଟରନାଲ୍‌ ବା ପ୍ରୋଜେକ୍ଟ ପରୀକ୍ଷା ଦେବେ।ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଲଟ୍‌ ବା ଡିସେମ୍ବର ୨୨ରୁ ୩୧ ମଧ୍ୟରେ ପରୀକ୍ଷା ଦେଇ ନ ପାରିବେ, ସେମାନଙ୍କୁ ଆଉ ଗୋଟିଏ ସୁଯୋଗ ପ୍ରଦାନ କରାଯିବ।

ଏଥିପାଇଁ ଅନୁପସ୍ଥିତିର ଉପଯୁକ୍ତ ପ୍ରମାଣ ଦାଖଲ କରିବାକୁ ପଡ଼ିବ।ଜାନୁଆରୀ ୨ରୁ ୧୫ ତାରିଖ ମଧ୍ୟରେ ସେମାନେ ପରୀକ୍ଷା ଦେଇପାରିବେ। ମୋଟ୍‌ ୨୦ରୁ ୬ ଏବଂ ୧୦ରୁ ୩ ମାର୍କ ରଖିଲେ କୃତକାର୍ଯ୍ୟ ହେବ।ପରୀକ୍ଷାରେ ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀଙ୍କୁ ଫେଲ୍‌ ଭାବେ ଘୋଷଣା କରାଯିବ। ପରୀକ୍ଷାର ପ୍ରଶ୍ନପତ୍ର ପାଟର୍ଣ୍ଣ ମଧ୍ୟ ସିଏଚ୍‌ଏସ୍‌ଇ ପକ୍ଷରୁ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *