ନ୍ୟୁଜ ଡେକ୍ସ : ଜମ୍ମୁ କାଶ୍ମୀରର ନୌଗାମ ପୁଲିସ ଷ୍ଟେସନ୍ରେ ଘଟିଥିବା ଭୟାବହ ବିସ୍ଫୋରଣକୁ ପୁରାପୁରି ଦୁର୍ଘଟଣା ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଜଣାଇଛନ୍ତି ଯେ, ଏହି ବିସ୍ଫୋରଣରେ କୌଣସି ଆତଙ୍କୀ ତତ୍ତ୍ୱ ବା ଆକ୍ରମଣ ନଥିଲା। ଡିଜିପିଙ୍କ କହିବା ଅନୁସାରେ, ଫରିଦାବାଦରୁ ଜବତ ହୋଇଥିବା ୩୬୦ କିଲୋଗ୍ରାମ୍ ଆମୋନିୟମ୍ ନାଇଟ୍ରେଟ୍ ଖୋଲା ସ୍ଥାନରେ ସଞ୍ଚୟ କରାଯାଇଥିଲା।
ବିସ୍ଫୋରଣ ସମୟରେ ଦୁଇ ଦିନ ଧରି ନମୁନା ପରୀକ୍ଷା ଚାଲୁଥିଲା। ଏହି ସମୟରେ ହଠାତ୍ ଭୟାବହ ବିସ୍ଫୋରଣ ଘଟିଥିଲା।ଫରିଦାବାଦରୁ ଜବତ ହୋଇଥିବା ୩୬୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଖୋଲା ସ୍ଥାନରେ ରଖାଯାଇଥିଲା । ବିସ୍ଫୋରଣ ହେବା ସମୟରେ ଦୁଇ ଦିନ ଧରି ନମୁନା ପରୀକ୍ଷା ଚାଲିଥିଲା । ଏହି ଘଟଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ବିସ୍ଫୋରଣରେ ଜଣେ ଏସଆଇଏ କର୍ମୀ, ୩ ଏଫଏସଏଲ, ୨ କ୍ରାଇମସିନ ଫଟୋଗ୍ରାଫର, ୨ ରାଜସ୍ୱ ଅଧିକାରୀ ଓ ଜଣେ ଟେଲରଙ୍କର ମୃତ୍ୟୁ ହୋଇଛି ।
ଦୁର୍ଘଟଣାରେ ପ୍ରାୟ ୩୦ରୁ ଅଧିକ ଜଣ ଆହତ ହୋଇଛନ୍ତି ଏବଂ ଅନେକ ଯାନବାହନ ମଧ୍ୟ ଜଳିଯାଇଛି । ବିସ୍ଫୋରଣରେ ପୋଲିସ ଷ୍ଟେସନ କୋଠା ଏବଂ ଆଖପାଖର ଘର ଏବଂ କୋଠାଗୁଡ଼ିକୁ ମଧ୍ୟ ବ୍ୟାପକ କ୍ଷତି ହୋଇଛି । ବିସ୍ଫୋରଣର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ସରକାରୀ ତଦନ୍ତ ଆରମ୍ଭ ହୋଇଛିବୋଲି ଡିଜିପି କହିଛନ୍ତି ।

