Sat. Feb 21st, 2026

ନ୍ୟୁଜ ଡେକ୍ସ : କଟକର ବାରବାଟୀ ଷ୍ଟାଡିୟମ ପୁଣିଥରେ ଆନ୍ତର୍ଜାତୀୟ କ୍ରିକେଟ ଜ୍ୱରରେ ମୁଗ୍ଧ ହେବାକୁ ପ୍ରସ୍ତୁତ। ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁଥିବା ଟି–୨୦ ମ୍ୟାଚ ପାଇଁ ଷ୍ଟାଡିୟମରେ ତ୍ବରାନ୍ବିତ ଗତିରେ ପ୍ରସ୍ତୁତି ଚାଲିଛି। ଷ୍ଟାଡିୟମ ଭିତରେ ଥିବା ଗ୍ୟାଲେରୀ ଓ ପଡିଆର କାମ ଆରମ୍ଭ ହୋଇଛି। ଦିଲ୍ଲୀ ବିସ୍ଫୋରଣ ପରେ ବାରବାଟିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି ।

ଅନଲାଇନ୍ ଓ ଅଫ ଲାଇନ୍ ଟିକେଟ ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରାଯିବ। ବାରବାଟୀ ଷ୍ଟାଡିୟମରେ ମୋଟ ୨୮ଟି ମ୍ୟାଚ ଖେଳାଯାଇଛି । ସେଥିରୁ ୨୩ଟି ଦିନିକିଆ ହୋଇଥିବାବେଳେ ଦୁଇଟି ଟେଷ୍ଟ ଓ ୩ଟି ଟି-୨୦ ମ୍ୟାଚ ରହିଛି । ବାରବାଟୀରେ ଶେଷଥର ୨୦୨୫ ଫେବ୍ରୁଆରୀ ୯ରେ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯାଇଥିଲା ।

ଭାରତ–ଦକ୍ଷିଣ ଆଫ୍ରିକା ଟି–୨୦ ମ୍ୟାଚ ନେଇ କ୍ରିକେଟ ପ୍ରେମୀମାନେ ଆଗୁଅ ଥରୁ ଉତ୍ସାହିତ। ଷ୍ଟାଡିୟମ ପ୍ରସ୍ତୁତି ତଥା ସୁରକ୍ଷା ବ୍ୟବସ୍ଥା ଆରମ୍ଭ ହେବା ସହ ସମଗ୍ର କଟକରେ ପୁଣିଥରେ ଆନ୍ତର୍ଜାତୀୟ ଖେଳର ମହଲ ଛାଇଛି।ବାରବାଟୀ ଏବେ ପୂର୍ଣ୍ଣ ଭାବେ ଡିସେମ୍ବର ୯ର ମହାମ୍ୟାଚକୁ ଅଭିନନ୍ଦନ କରିବାକୁ ପ୍ରସ୍ତୁତିରେ ମଗ୍ନ।

Leave a Reply

Your email address will not be published. Required fields are marked *