Thu. Feb 26th, 2026

ନ୍ୟୁଜ ଡେକ୍ସ : ନଭେମ୍ବର ୩୦ ସୁଦ୍ଧା ସରକାର ନିଜ ଦାବି ପ୍ରତି କୌଣସି ସ୍ପଷ୍ଟ ସଂକେତ ନ ଦେଉଥିବାପରେ ଡିସେମ୍ବର ୧ରୁ ରାଜ୍ୟସାରାରେ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରାଥମିକ ଶିକ୍ଷକ ମହାସଂଘ ସଂକଳ୍ପ ନେଇଛି। ୨ଟି ମୁଖ୍ୟ ଦାବିକୁ ନେଇ ଏହି ଆନ୍ଦୋଳନ ହେବାକୁ ଥିବାବେଳେ, ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଯେକଣସି ଅସୁବିଧା ଉଦ୍ଭବିତ ହେଲେ, ତାହାର ଦାୟୀ ସରକାର ହେବେ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ମୂଳ ପଦବୀକୁ ଉନ୍ନୀତ କରି ୪୨୦୦ ଗ୍ରେଡ୍‌ ପେ’ ପ୍ରଦାନ, ୨୦୦୧ରୁ ୨୦୨୪ ମସିହା ପର୍ଯ୍ୟନ୍ତ ୬ ବର୍ଷର କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରି ୬ଟି ନୋଶନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ଦାବି ପୂରଣ ପାଇଁ ମହାସଂଘ ଏହି ନିଷ୍ପତ୍ତି ନେଇଛି ।ପ୍ରାଥମିକ ଶିକ୍ଷକ ସରକାରଙ୍କ ଆର୍‌ଟିଇ, ଖାଦ୍ୟ ସୁରକ୍ଷା, ସ୍ବାସ୍ଥ୍ୟ ସଚେତନତା, କିଶୋରୀଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ସହିତ ବିଭିନ୍ନ ଅଣଶୈକ୍ଷିକ କାର୍ଯ୍ୟକ୍ରମର ଅନୁପାଳନ କରୁଛନ୍ତି ।

ହେଲେ ସେମାନଙ୍କ ଦାବିକୁ ସରକାର କର୍ଣ୍ଣପାତ କରୁ ନ ଥିବା ମହାସଂଘ ଅଭିଯୋଗ କରିଛି । ବୈଠକରେ ଓପିଟିଏ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ଓଇବିଟିଏଫ ସଭାପତି ଅଜୟ କୁମାର ଧଳ, ଏଓପିଟିଏ ସଭାପତି ସୁଶାନ୍ତ ବେହେରା, ଓଇଟିଏ ସାଧାରଣ ସମ୍ପାଦକ ପ୍ରବୀଣ କୁମାର ଦାସ, ଲେଭଲ ଭି-ଏ ଆବାହକ ସୁବ୍ରତ କୁମାର ଧଳ, ଅଜିତ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *