Sun. Feb 22nd, 2026

ନ୍ୟୁଜ ଡେକ୍ସ : ବିହାର ନିର୍ବାଚନରେ NDAର ଦାମ୍ଭିକ ବିଜୟ ପରେ ଗୁରୁବାର ଐତିହାସିକ ଗାନ୍ଧୀ ମଇଦାନରେ ହେଇଗଲା ନୂତନ ସରକାରର ଶପଥ ଗ୍ରହଣ ଅନୁଷ୍ଠାନ। ଏଥିରେ ୭୪ ବର୍ଷୀୟ ନୀତିଶ କୁମାର ଦଶମ ପାଳି ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ନୂଆ ରେକର୍ଡ ସୃଷ୍ଟି କଲେ। ସହିତେ NDAର ୨୬ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଲେ।ଏଥର ନୀତିଶ କୁମାରଙ୍କ କ୍ୟାବିନେଟରେ ବର୍ଗ, ଜାତି ଏବଂ ସମାଜର ପ୍ରତ୍ୟେକ ଶ୍ରେଣୀକୁ ସମନ୍ୱୟ ଭାବରେ ସ୍ଥାନ ଦିଆଯାଇଛି।

ରାଜପୁତ ସମ୍ପ୍ରଦାୟର ଚାରି ଜଣ ଏବଂ ଭୂମିହାର ସମ୍ପ୍ରଦାୟର ଦୁଇଜଣ ମନ୍ତ୍ରୀ ହେବା ସହିତ, ଦଳିତ ନେତାମାନଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇଛି। ନୀତିଶଙ୍କ ଏହି କ୍ୟାବିନେଟରେ ସମସ୍ତ ଶ୍ରେଣୀର ଲୋକଙ୍କୁ ସାମିଲ କରିବା ପ୍ରୟାସ ସ୍ପଷ୍ଟ। ଅନ୍ୟପଟେ, ଗାନ୍ଧୀ ମଇଦାନରେ ଆଜି ଦେଖା ଗଲା ବିଶେଷ ଦୃଶ୍ୟ ନୀତିଶ କୁମାରଙ୍କ ମହିଳା ସମର୍ଥକମାନଙ୍କ ଭିଡ଼। PM ନରେନ୍ଦ୍ର ମୋଦିଙ୍କ ଗାମୁଛା ହଲାଇବା ଷ୍ଟାଇଲରେ ମହିଳାମାନେ ଉତ୍ସାହରେ ତାଙ୍କର କାନି ଲହରାଇଲେ, ଯାହା ସମଗ୍ର ମଇଦାନର ମନୋରମ ପରିବେଶକୁ ଆହୁରି ଉଜ୍ଜ୍ବଳ କରିଦେଲା।ଲକ୍ଷେ ଲକ୍ଷେ ଜୀବିକା ଦିଦି ଯେଉଁମାନେ ନୀତିଶ ସରକାରର ମହିଳା ସଶକ୍ତିକରଣ ଯୋଜନାର ଲାଭାର୍ଥୀ ସେମାନେ ଏଥିପାଇଁ NDAର ଜିତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।

ମଇଦାନ ମାତିଯାଇଥିଲା ‘ସୁଶାସନ ବାବୁ ଜିନ୍ଦାବାଦ’ ଏବଂ ‘ମହିଳା ଶକ୍ତି କି ଜୟ’ ଧ୍ୱନିରେ। ୨୦୦୦ରେ ପ୍ରଥମେ କେବଳ ୭ ଦିନ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ। ୨୦୦୫ରୁ ସେ ପଛକୁ ଫେରି ଚାହିଁନାହାନ୍ତି। ଗଠବନ୍ଧନ ବଦଳ, ଦଳ ବଦଳ, ରାଜନୀତିକ ଘୁଞ୍ଚୁଆ ସବୁକିଛି ମଧ୍ୟରେ ସେ ନିଜକୁ ସ୍ଥିର ରଖିବାରେ ସଫଳ ହୋଇ ‘ପଲଟୁ ରାମ’ ଠାରୁ ‘ସୁଶାସନ ବାବୁ’ ପର୍ଯ୍ୟନ୍ତ ଯାତ୍ରା ଗଢ଼ିଛନ୍ତି।୨୦୧୦, ୨୦୧୫ ଏବଂ ତାହାପରେ ମାଞ୍ଝିଙ୍କ ଇସ୍ତଫା ପରେ ଫେରିଥିବା ନୀତିଶଙ୍କୁ ବିହାର ଆବାରେ ଆବାରେ ନେତା ଭାବେ ବାଛିଛି। ଏଥରର ଫଳାଫଳ ଦେଖାଇଦେଲା ବିହାରରେ ନୀତିଶ-ମୋଦି ଯୋଡ଼ି ତଥାପି ଦୃଢ଼। NDA ଜୋରଦାର ଫଳ ନେଇ ସରକାର ଗଠନ କରିପାରିଲା ଓ ରାଜ୍ୟରେ ପୁଣିଥରେ ନୀତିଶ କୁମାରଙ୍କ ନେତୃତ୍ୱକୁ ଜନତା ମନୋନୀତ କଲେ।

Leave a Reply

Your email address will not be published. Required fields are marked *