ନ୍ୟୁଜ ଡେକ୍ସ : ବାରବାଟୀ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଠୋର କରିବା ସହ ସୁବିଧା ସୃଷ୍ଟି କରିବା ଉଦ୍ଦେଶ୍ୟରେ, ଓଡ଼ିଶା କ୍ରିକେଟ ଆସୋସିଏସନ୍ (OCA) ଗ୍ୟାଲେରୀରେ ଅଢ଼େଇ ହଜାର ସିଟ୍ କମାଇଦେଇଛି। କମିଶନରେଟ ପୋଲିସର ପରାମର୍ଶ ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଓସିଏ ସୂଚନା ଅନୁସାରେ, ପୁରୁଣା ଷ୍ଟାଡିୟମ୍ ହେବାରୁ ସୁରକ୍ଷା ଝୁମ୍ପ ସମ୍ଭାବନା ଦୃଷ୍ଟିରୁ ସିଟ୍ ସଂଖ୍ୟା କମାଇବା ପରାମର୍ଶ ଦେଇଥିଲେ କମିଶନରେଟ ପୋଲିସ। ଏହା ସହିତ, ଦର୍ଶକମାନଙ୍କ ସୁବିଧା ଦେଖା ଗ୍ୟାଲେରୀରେ ସିଟ୍ର ଚଉଡା ୧୯ ଇଞ୍ଚରୁ ବଢ଼ି ୨୨ ଇଞ୍ଚ କରାଯାଇଛି।ସିଟ୍ କମିବା ପରେ, କମିଥିବା କ୍ଷମତାକୁ ଗ୍ରାଉଣ୍ଡ ପାର୍ଶ୍ୱରେ ଆଡଜଷ୍ଟ କରିବା ନେଇ ଓସିଏ ଚିନ୍ତା ଚର୍ଚ୍ଚା କରୁଛି। ତଥାପି, ଏହାସମ୍ବନ୍ଧୀୟ ଚୁଡାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇନାହିଁ। ବର୍ତ୍ତମାନ ବାରବାଟୀ ଷ୍ଟାଡିୟମର ଦର୍ଶକ କ୍ଷମତା ୪୪ ହଜାର ରହିଛି।
ଏହା ସହ, ପ୍ରଥମ ଥର ପାଇଁ ଷ୍ଟାଡିୟମ୍ ଗ୍ୟାଲେରୀରେ ପାଥୱେ ବା କରିଡ଼ର ବ୍ୟବସ୍ଥା କରାଯାଉଛି। ଏହା ଫଳରେ ଦର୍ଶକମାନେ ସହଜରେ ପ୍ରବେଶ ଓ ବାହାରିବାର ସୁବିଧା ପାଇବେ। ଜରୁରୀକାଳୀନ ପରିସ୍ଥିତିରେ ଏହି ବ୍ୟବସ୍ଥା ବହୁତ ସହାୟକ ହେବ ବୋଲି ଓସିଏ କହିଛି।ଏହି ତୃଟିର୍ମୁକ୍ତି ଓ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ, ଆସନ୍ତା ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମ୍ରେ ଦକ୍ଷିଣ ଆଫ୍ରିକା-ଭାରତ T-20 ମ୍ୟାଚ୍ ଆୟୋଜିତ ହେବ।

