Fri. Feb 27th, 2026

ନ୍ୟୁଜ ଡେକ୍ସ :ରାଜ୍ୟର ସମସ୍ତ ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରାଯିବ। ଏହି ଲକ୍ଷ୍ୟରେ ସବୁ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।କଲେଜଗୁଡ଼ିକରେ ଜବରଦଖଲ ସମସ୍ୟା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ, ନିକଟରେ ଭଦ୍ରକ ମହିଳା ମହାବିଦ୍ୟାଳୟ ପରିସରରେ କିଛି ଅସାମାଜିକ ତତ୍ତ୍ୱ ଜବରଦଖଲ କରିଥିଲେ।

ରାଜ୍ୟର ନୂଆ ସରକାର କାର୍ଯ୍ୟଭାର ଗ୍ରହଣ କରିବା ପରେ ସେମାନଙ୍କୁ ସେଠାରୁ ଉଚ୍ଛେଦ କରାଯାଇ ମହାବିଦ୍ୟାଳୟକୁ ପୂର୍ଣ୍ଣ ଭାବେ ଜବରଦଖଲମୁକ୍ତ କରାଯାଇଛି।ଭବିଷ୍ୟତରେ ଯେପରି ଏଭଳି ପରିସ୍ଥିତି ଆଉ କୌଣସି କଲେଜରେ ସୃଷ୍ଟି ନ ହୁଏ, ସେଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିଜ-ନିଜ ଜିଲ୍ଲାର ମହାବିଦ୍ୟାଳୟଗୁଡ଼ିକ ଉପରେ କଡ଼ା ନଜର ରଖିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ରାଜ୍ୟ ବିଧାନସଭାର ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ସୂଚନା ମିଳିଛି।

ଆଜିର ପ୍ରଶ୍ନକାଳରେ ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି, କ୍ରୀଡ଼ା ଓ ଯୁବ ବ୍ୟାପାର, ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା–ସାହିତ୍ୟ–ସଂସ୍କୃତି ଓ ସାମାଜିକ ସୁରକ୍ଷା ଭଳି ବିଭାଗର ପ୍ରସଙ୍ଗ ଉଠାଯାଉଛି।ଶୂନ୍ୟକାଳରେ ଉଭୟ ଶାସକ ଓ ବିରୋଧୀ ପକ୍ଷ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଓ ଦାବି ଉଠାଯାଇ ବିଧାନସଭା ଚର୍ଚ୍ଚିତ ହୋଇଛି।

Leave a Reply

Your email address will not be published. Required fields are marked *