Sat. Feb 21st, 2026

ନ୍ୟୁଜ ଡେକ୍ସ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଦୁଇଥର ଟି-୨୦ ବିଶ୍ୱକପ୍ ବିଜେତା ରୋହିତ ଶର୍ମାଙ୍କୁ ମିଳିଛି ବଡ଼ ସମ୍ମାନ। ଆଇସିସି ଅଧ୍ୟକ୍ଷ ଜୟ ଶାହ ରୋହିତ ଶର୍ମାଙ୍କୁ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରିଛନ୍ତି। ଜୟ ଶାହ କହିଛନ୍ତି ଯେ, ଏହି ଦାୟିତ୍ୱ ପାଇଁ ରୋହିତ ଶର୍ମାଙ୍କ ଠାରୁ ଉତ୍ତମ ବିକଳ୍ପ ଆଉ କେହି ନାହାନ୍ତି।

ଜୟ ଶାହ କହିଛନ୍ତି, “ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ରୋହିତ ଶର୍ମାଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରିବା ମୋ ପାଇଁ ଗର୍ବର କଥା। ୨୦୨୪ ଟି-୨୦ ବିଶ୍ୱକପ୍ ବିଜେତା ଅଧିନାୟକ ଥିବା ରୋହିତ ଏହି ଇଭେଣ୍ଟ ପାଇଁ ସବୁଠାରୁ ଉପଯୁକ୍ତ ପ୍ରତିନିଧି। ସେ ଏପର୍ଯ୍ୟନ୍ତ ସମସ୍ତ ନଅଟି ଟି-୨୦ ବିଶ୍ୱକପ୍ ଖେଳିଛନ୍ତି।”ବ୍ରାଣ୍ଡ ଆମ୍ବାସାଡର ଭାବରେ ରୋହିତ ଶର୍ମା ବିଶ୍ୱ ସ୍ତରରେ ଟି-୨୦ ବିଶ୍ୱକପ୍ ର ପ୍ରଚାର-ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବେ।

ଯଦିଓ ରୋହିତ ୨୦୨୪ ବିଶ୍ୱକପ୍ ପରେ ଟି-୨୦ ଫର୍ମାଟରୁ ଅବସର ନେଇଛନ୍ତି, ତଥାପି ୨୦୨୬ ବିଶ୍ୱକପ୍ ସମୟରେ ସେ ଖେଳାଳି ଭାବେ ନୁହେଁ, ବ୍ରାଣ୍ଡ ଆମ୍ବାସାଡର ଭାବେ ପଡ଼ିଆରେ ଉପସ୍ଥିତ ରହିବେ। ୨୦୨୬ ଟି-୨୦ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଫେବୃଆରୀ ୭ ତାରିଖରେ ପାକିସ୍ତାନ ଓ ନେଦରଲ୍ୟାଣ୍ଡ୍ସ ମଧ୍ୟରେ ଖେଳାଯିବ। ସେହିଦିନ ଭାରତୀୟ ଦଳ ମଧ୍ୟ ଆମେରିକା ବିପକ୍ଷରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିବ।ରୋହିତ ଶର୍ମାଙ୍କୁ ମିଳିଥିବା ଏହି ଦାୟିତ୍ୱକୁ ଭାରତୀୟ କ୍ରିକେଟ୍ ଜଗତରେ ଏକ ବଡ଼ ସମ୍ମାନ ଏବଂ ଗର୍ବର ମୁହୂର୍ତ୍ତ ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *