Sat. Feb 21st, 2026

ନ୍ୟୁଜ ଡେକ୍ସ : ଆଜିକାଲି ବ୍ୟସ୍ତ ଜୀବନଶୈଳୀ, ଅଧିକ ଚିନ୍ତା ଓ ମାନସିକ ଚାପ ଯୋଗୁଁ ଅନେକ ଲୋକ ନିଦ ନ ଆସିବାର ସମସ୍ୟାରେ ପୀଡ଼ିତ ହେଉଛନ୍ତି। ସୁସ୍ଥ ଶରୀର ପାଇଁ ଭଲ ନିଦ ହେଉଛି ସବୁଠାରୁ ଆବଶ୍ୟକ। ଭଲ ନିଦ ହେଲେ ମସ୍ତିଷ୍କକୁ ଆରାମ ମିଳେ, ଦେହ ସତେଜ ରହେ ଓ ଦିନସାରା କାମରେ ମନ ଲାଗେ। କିନ୍ତୁ ଯଦି ନିଦ ଭଲ ନ ହୁଏ, ତେବେ ଆଖି ବ୍ୟଥା, ଆଖି ତଳେ କଳା ଦାଗ, ଓଜନ ବୃଦ୍ଧି, କେଶ ଝଡିବା, ମାନସିକ ଅଶାନ୍ତି ଭଳି ବହୁତ ସମସ୍ୟା ଦେଖାଦେଉଛି।

ବିଶେଷକରି ଅଧିକ ଚିନ୍ତା, ଟେନସନ, ପରିବାରିକ କଳହ ଏବଂ ୪୫ ବର୍ଷ ପରେ ବୟସ ବଢ଼ିବା ସହିତ ନିଦ ନ ଆସିବାର ସମସ୍ୟା ଅଧିକ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଆୟୁର୍ବେଦ ଅନୁସାରେ ଏକ ସହଜ ଘରେଲୁ ଉପାୟ ଉପକାରୀ ହୋଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି।କଦଳୀ ଓ ଡାଲଚିନିର ଘରେଇ ପାନୀୟଗୋଟିଏ ପ୍ଲେଟରେ ଗୋଟିଏ ପାଚିଲା କଦଳୀକୁ ଚୋପା ସହିତ ଛୋଟ ଛୋଟ ଖଣ୍ଡ କରି ଗୋଟିଏ ପାତ୍ରରେ ୧ରୁ ୧.୫ ଗ୍ଲାସ ପାଣି ସହିତ ଉବାଲନ୍ତୁ। ଏଥିରେ ଅଧ ଚାମଚ (୩ରୁ ୪ ଗ୍ରାମ) ଡାଲଚିନି ଗୁଣ୍ଡ ମିଶାନ୍ତୁ। ମିଡିୟମ୍ ଆଞ୍ଚରେ ପାଣି ଅଧା ହେବା ପର୍ଯ୍ୟନ୍ତ ଉବାଲନ୍ତୁ। ପରେ ଅଳ୍ପ ଗୁଡ଼ ମିଶାନ୍ତୁ (ଡାଏବେଟିସ ରୋଗୀମାନେ ଗୁଡ଼ ମିଶାନ୍ତୁ ନାହିଁ)।

କଦଳୀ ସଫ୍ଟ ହୋଇଗଲେ ଗ୍ୟାସରୁ ଓଲହାଇ ଏହାକୁ ଭଲଭାବରେ ଚେପି ଛାଣି ଗୋଟିଏ କପରେ ରଖନ୍ତୁ।ସେବନ ପ୍ରଣାଳୀରାତିରେ ଶୋଇବା ପୂର୍ବରୁ ଏହି ପାନୀୟକୁ ଧୀରେ ଧୀରେ ପିଅନ୍ତୁ। ଏହା ପିଇଲେ ମସ୍ତିଷ୍କ ଶାନ୍ତ ହୁଏ, ଶରୀରକୁ ଆରାମ ମିଳେ ଓ ନିଦ ଭଲ ଆସେ ବୋଲି କୁହାଯାଉଛି।ସତର୍କତାଯେଉଁ ବ୍ୟକ୍ତିମାନଙ୍କର ଡାଏବେଟିସ ଅଛି ଓ ସୁଗାର ଲେବୁଲ ୨୦୦ ରୁ ଉପରେ ରହୁଛି, ସେମାନେ ଏହି ପାନୀୟ ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଦରକାର।ସାରାଦିନର ଦୌଡ଼ଧୁପ ମଧ୍ୟରେ ଭଲ ନିଦ ହେଉଛି ସୁସ୍ଥ ଜୀବନର ଚାବି। ସମୟରେ ଶୋଇବା, ମୋବାଇଲ୍ ବ୍ୟବହାର କମେଇବା ସହିତ ଏପରି ସହଜ ଘରେଲୁ ଉପାୟ ଅନୁସରଣ କଲେ ଅନିଦ୍ରାର ସମସ୍ୟାକୁ ନିଶ୍ଚୟ ଭାବେ ଦୂର କରିହେବ।

Leave a Reply

Your email address will not be published. Required fields are marked *